fbpx
BJD SKY
BJD SKY

UAE ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ମୁଁ ନିଜ ଭାଇଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ରହିଛି

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆଗାମୀ ଦୁଇ ଦିନରେ ମୁଁ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ UAE ଓ କାତାର ଯାତ୍ରା କରିବି । ଏହାଦ୍ୱାରା ଏହି ଦେଶ ସହିତ ଭାରତର ସମ୍ବନ୍ଧ ଆହୁରି ସୁଦୃଢ ହେବ ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅର୍ଥାତ୍ ମଙ୍ଗଳବାର UAE ଯାତ୍ରାରେ ବାହାରି ସାରିଛନ୍ତି । ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ UAE ର ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ ଓ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଯାତ୍ରା UAEକୁ ତାଙ୍କର ୭ମ ଯାତ୍ରା ହେବ ।

UAEକୁ ଦୁଇ ଦିବସୀୟ ଯାତ୍ରାରେ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ୍ ଜାୟଦଙ୍କୁ ଭାଇ କହି ସମ୍ବୋଧିତ କରିଛନ୍ତି ଓ କହିଛନ୍ତି କି ସେ ତାଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ଅଛନ୍ତି । ତାଙ୍କୁ UAEରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ସୁଯୋଗ ମିଳୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି । ଏଠାରେ ସେ ଏକ ମିଳିତ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଏହାସହିତ ସେ ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ୍‌ରେ ମଧ୍ୟ ନିଜର ବକ୍ତବ୍ୟ ରଖିବେ ।

Get real time updates directly on you device, subscribe now.