fbpx

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, ଉପକୃତ ହେବେ ପାଖାପାଖି ୫ ଲକ୍ଷ ପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରତିବର୍ଷ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ଓ ସାଢ଼େ ୪ ଲକ୍ଷ ଯୁକ୍ତିତିନି ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ । ଯାଜପୁର ଜିଲ୍ଲାରେ ‘ନୂଆ ଓ’ କାର୍ଯ୍ୟକ୍ରମ ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏକ ବଡ଼ ଘୋଷଣା କରିଛନ୍ତି ।

ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଲେଖାଏଁ ବୃତ୍ତି ମିଳିବ । ସରକାରୀ କର୍ମଚାରୀ ଓ ଆୟକରଦାତା ପିଲାମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ । ରାଜ୍ୟ ସରକାର ପ୍ରତିବର୍ଷ ପିଲାଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ଆଜି ଶ୍ରୀ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତରେ ଯାଇଥିବା ସମୟରେ ସେ ପ୍ରଥମ ପର୍ୟ୍ୟାୟରେ ଏନସି କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ ମହୋତ୍ସବରେ ସାମିଲ ହୋଇଥିଲେ । କଲେଜ ପଡ଼ିଆରେ ଜିଲ୍ଲାର ବିଭିନ୍ନ କଲେଜର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି କୁସୁମା ପଡ଼ିଆରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଥିବା ବେଳେ ସେଠାରେ ୨୦ ହଜାର ଯୁବ କର୍ମୀ ସାମିଲ ହୋଇଥିଲେ ।

Get real time updates directly on you device, subscribe now.