fbpx
BJD SKY
BJD SKY

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ଆପତ୍ତି, ମୁଖ୍ୟ ବିଚାରପତି ନେଲେ ଏପରି ନିଷ୍ପତ୍ତି

BJD

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କାରଣରୁ ସାଧାରଣ ଜନଜୀବନ ଉପରେ ପଡୁଥିବା ପ୍ରଭାବକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନିବେଦନ କରାଯାଇଛି । ଏହା ଉପରେ ମୁଖ୍ୟ ବିଚାରପତି କହିଛନ୍ତି କି ଯଦି କୌଣସି ଓକିଲଙ୍କୁ କୃଷକ ଆନ୍ଦୋଳନ କାରଣରୁ କୋର୍ଟ ଆସିବାକୁ ସମସ୍ୟା ହେଉଛି ତେବେ ଆମେ ସେହି ହିସାବରେ ସମୟରେ ପରିବର୍ତ୍ତନ କରିବୁ ।

ପ୍ରକୃତ ଘଟଣା ହେଉଛି ସୁପ୍ରିମକୋର୍ଟ ବାର୍ ଆସୋସିଏସନ ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡଙ୍କୁ ପତ୍ର ଲେଖି କୃଷକଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଉପରେ ବିବରଣୀ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ବାର୍ ଆସୋସିଏସନ୍ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି କି କୃଷକଙ୍କ ବିରୋଧ ପ୍ରଦର୍ଶନ କାରଣରୁ ଆଜି ଯେଉଁ ଓକିଲମାନେ କୋର୍ଟ ଆସି ପାରିନାହାନ୍ତି ସେମାନଙ୍କ ବିରୋଧରେ କୌଣସ ପ୍ରତିକୂଳ ଆଦେଶ ପାରିତ ନ କରିବାକୁ ।

ସୁୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୃଷକ ଆନ୍ଦୋଳନ ନାମରେ ଅରାଜକତା ପ୍ରସାର କରୁଥିବା ଉପଦ୍ରବୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରାଯାଇଛି । ଏଥିରେ କୁହାଯାଇଛି କି ୨୦୨୦-୨୧ରେ କୃଷକ ଆନ୍ଦୋଳନ ସମୟରେ ସାଧାରଣ ଜନତାଙ୍କୁ ବଡ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏପରିକି ପୂର୍ବଥର କୃଷକ ଆନ୍ଦୋଳନ ସମୟରେ ବହୁଲୋକଙ୍କ ମୃତ୍ୟୁ ବି ହୋଇଯାଇଥିଲା । ଆଜି ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିବା ବେଳେ ଏପରି ଆନ୍ଦୋଳନରେ ମନ୍ଦ ଉଦ୍ଦେଶ୍ୟରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.