fbpx

ପ୍ରଧାନମନ୍ତ୍ରୀ WHO ମଞ୍ଚରେ କହିଲେ : କରୋନା ସଙ୍କଟ ସମୟରେ ଆନ୍ତର୍ଜାତୀୟ ସହଯୋଗ ପାଇଁ ପ୍ରତିବଦ୍ଧ ଥିଲା ଭାରତ

Advertisement

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଭୁମିକା ବିଷୟରେ ଆଲୋଚନା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୬ତମ ଅଧିବେଶନରେ ସେ କହିଛନ୍ତି ଯେ, କରୋନା ମହାମାରୀ ସଂକଟରେ ଆମେ ସ୍ୱାସ୍ଥ୍ୟ ସେବାରେ ଅଧିକ ସହଯୋଗୀ ବୋଲି ଅନୁଭବ କରୁଛୁ ।

ସେ କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ବିଶ୍ୱ ସହଯୋଗର ଆବଶ୍ୟକତା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସମାନତାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ମଧ୍ୟ ସାମ୍ନାକୁ ଆସିଛି। ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୬ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୬ ତମ ଅଧିବେଶନରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ସେ କହିଛନ୍ତି, ୭୫ ବର୍ଷ ଧରି ବିଶ୍ୱର ସେବା କରିବାର ଐତିହାସିକ ମାଇଲଖୁଣ୍ଟ ପୂରଣ କରିଥିବାରୁ ମୁଁ WHO କୁ ଅଭିନନ୍ଦନ ଜଣାଉଛି। ମୁଁ ନିଶ୍ଚିତ ଯେ, WHO ଆଗାମୀ ୨୫ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରିବ ଯେତେବେଳେ ଏହା ୧୦୦ବର୍ଷର ସେବାରେ ପହଞ୍ଚିବ।

Get real time updates directly on you device, subscribe now.