fbpx

ଆଜି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ ରହିବ ପ୍ରସଙ୍ଗ?

ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ନେଇ ସାରା ଦେଶ ଏବେ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛି । ଅନ୍ୟପଟେ ମହାମାରୀ ସହିତ ଲଢ଼େଇ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଜାରି ରହିଛି । ତେବେ ଟିକାକରଣ ରେ ଭାରତ ଏବେ ରେକର୍ଡ କରିଛି । ୯ ମାସ ମଧ୍ୟରେ ୧୦୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରି ବିଶ୍ୱ କୀର୍ତ୍ତିମାନ ସ୍ଥାପିତ କରିଛି । ଟିକାକରଣ ନେଇ ହାସଲ କରିଥିବା ଏହି ଉପଲବ୍ଧି ମଧ୍ୟରେ ଆଜି ସକାଳ ୧୦ଟା ସମୟରେ ସାରା ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ମୋଦୀଙ୍କର ଏହି ସମ୍ବୋଧନରେ ମୁଖ୍ୟ ପ୍ରସଙ୍ଗ କଣ ରହିବ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଟିକାକରଣ ନେଇ କୌଣସି ବାର୍ତ୍ତା ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ୧୦୦ କୋଟି ଟିକାକରଣର ଲକ୍ଷ୍ୟ ପୂରଣ କରିବା ପରେ ତାପରର ଲକ୍ଷ୍ୟ ତଥା ଆଗାମୀ ରଣନୀତି କଣ ରହିବ ସେ ସମ୍ପର୍କରେ ବୋଧ ହୁଏ କୌଣସି ଆଲୋଚନା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ୧୦୦ କୋଟି ଟିକା ପୂରା କରିଥିବା ଭାରତ ଦ୍ୱିତୀୟ ଦେଶ ପାଲଟିଛି । ପ୍ରଥମରେ ଚୀନରେ ରହିଛି । ଯେଉଁଠାରୁ କରୋନା ଭଳି ଏକ ପ୍ରାଣଘାତୀ ଭାଇରସ୍ ର ଉତ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.