fbpx

ପ୍ରବଳ ବର୍ଷା କାରଣରୁ ସୃଷ୍ଟ ବନ୍ୟାରେ ପ୍ରାଣ ହରାଇଲେ ୮୮, ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ

କାଠମାଣ୍ଡୁ: ନେପାଳରେ ଲଗାତର ମୁଷଳଧାର ବର୍ଷା ଲାଗି ରହିଛି । ଏହା ଫଳରେ ଦେଶର ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିକଟରେ ବନ୍ୟା ଓ ବର୍ଷା କାରଣରୁ ଆହୁରି ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮୮ରେ ପହଞ୍ଚିଛି । ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୩୦ ଜଣ ନିଖୋଜ ଅଛନ୍ତି । ନେପାଳର ପଞ୍ଚଥର ଜିଲ୍ଲାରେ ସର୍ବାଧକ ଲୋକଙ୍କର ମୁତ୍ୟୁ ହୋଇଯାଇଛି । ଅନ୍ୟପଟେ ଇଲାମ ଓ ଦୋତୀ ଜିଲ୍ଲାରେ ୧୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଏହା ବ୍ୟତୀତ ୧୫ ଜିଲ୍ଲାରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ବୁଧବାର ଦିନ ୬୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ମଙ୍ଗଳବାର ଦିନ ୧୪ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ନେପାଳରେ ଆସିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨୦ରୁ ଅଧିକ ଜିଲ୍ଲା ଖୁବ୍ ପ୍ରଭାବିତ ହୋଇଛି । ବଝାଡ ଜିଲ୍ଲାରେ ୨୧ ଜଣ ନିଖୋଜ ଅଛନ୍ତି ।

Get real time updates directly on you device, subscribe now.