fbpx

ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ଦୌଡ଼ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଳବ୍‌ ମାଲିକ, କିଣିପାରନ୍ତି ନୂଆ ଟିମ୍

ମୁମ୍ବାଇ: ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ କ୍ଳବ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ ଇଣ୍ଡିଆନ ପ୍ରିମିଏର ଲିଗ୍‌ (ଆଇପିଏଲ) ସହିତ ସଂପ୍ୟକ୍ତ ହେବାକୁ ଆଗ୍ରହୀ । ଇଂଲଣ୍ଡ ପ୍ରିମିୟର ଲିଗର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡର ଆମେରିକା ସ୍ଥିତ ମାଲିକ ଏକ ଘରୋଇ ଇକ୍ୱିଟି କମ୍ପାନୀ ଜରିଆରେ ଆଇପିଏଲର ଏକ ନୂଆ ଫ୍ରାଞ୍ଚାଇଜ କିଣିବା ସକାଶେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବା ସମ୍ଭାବନା ଦେଖା ଦେଇଛି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ବର୍ଷ ଆଇପିଏଲରେ ଆଉ ଦୁଇ ନୂଆ ଫ୍ରାଞ୍ଚାଇଜ ସାମିଲ ହେବେ । ତେଣୁ ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ୱାନ କରା ଯାଇଛି । ଚଳିତ ଅକ୍ଟେବାର ମାସ ଶେଷ ସୁଦ୍ଧା ଟେଣ୍ଡର ପେପର ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ କରା ଯାଇଛି । ତେବେ କମ୍ପାନୀଙ୍କର ବାର୍ଷିକ ୩ ହଜାର କୋଟି ଟଙ୍କା କାରବାର ହେଉଥିବ କିମ୍ବା ନିଜର ୨,୫୦୦ କୋଟି ଟଙ୍କାର ସମ୍ପତ୍ତି ଥିବ ଉକ୍ତ ସଂସ୍ଥା ଆଇପିଏଲ ନୂଆ ଫ୍ରାଞ୍ଚାଇଜ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ପାରିବେ । ତେବେ ବିଦେଶୀ କମ୍ପାନୀ ମାନେ ଏଥିରେ ସାମିଲ ହୋଇ ପାରିବେ ବୋଲି ମଧ୍ୟ ବିସିସିଆଇ ପୂର୍ବରୁ ଘୋଷଣା କରିଛି ।

ପୁଣି ଥରେ ସୂଚାଇ ଦିଆଯାଇ ପାରେ ଯେ ଆଇପିଏଲର ଦୁଇ ନୂଆ ଫ୍ରାଞ୍ଚାଇଜ କିଣିବା ପାଇଁ ଆଦାନି ଗ୍ରୁ ,ଟରୋଣ୍ଟ ଫାର୍ମାସିକାଲ,ଅରବିନ୍ଦୋ ଫାର୍ମା,ଆରପି ସଞ୍ଜିବ ଗୋଏଙ୍କା ଗ୍ରୁ, ହିନ୍ଦୁସ୍ତାନ ଟାଇମ୍ସ ମିଡିଆ ,ଜିନ୍ଦଲ ଷ୍ଟିଲ ମାଲିକ ନବୀନ ଜିନ୍ଦଲ ଇଣ୍ଟରପ୍ରେନ୍ୟୁଏର ରୋନି ସ୍କ୍ରେୱାଭାଲା ସହିତ ଅନ୍ୟ ତିନି ଘରୋଇ ଇକ୍ୱିଟ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.