fbpx
BSKY SKY
BSKY SKY

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ, ୭୩ ବର୍ଷ ବୟସରେ ପାଦ ଥାପିଲେ…

BSKY

ଓଡିଶା ଭାସ୍କର; ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କର ତୃତୀୟ ସନ୍ତାନ ହେଉଛନ୍ତି ନରେନ୍ଦ୍ର ମୋଦୀ। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଜଣେ ଚାହା ଦୋକାନୀ ଥିଲା ବେଳେ ହୀରାବେହେନ ଅନ୍ୟ ଲୋକଙ୍କ ଘରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ।

ମୋଦୀ ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଥିଲେ। ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି। ଯୁବାବସ୍ଥାରେ ମୋଦୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ଭାଗନେଇଥିଲେ । ୧୯୮୭ ମସିହାରେ ସେ ବିଜେପିରେ ଯୋଗଦାନ କରି ବିଧିବଦ୍ଧ ଭାବେ ରାଜନୈତିକ ଜୀବନର ଆରମ୍ଭ କରିଥିଲେ। ୨୦୦୧ ମସିହାରେ ସେ ପ୍ରଥମ ଥର ପାଇଁ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଓ ନିରବିଛିନ୍ନ ଭାବେ ୨୦୧୪ ଲୋକସଭା ପର୍ଯ୍ୟନ୍ତ ଏହି କାର୍ୟ୍ୟ ନିର୍ବାହ କରିଥିଲେ । ଏହା ପରେ ୨୦୧୪ ରେ ବିଜେପି ତାଙ୍କୁ ନିଜର ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ସେବେଠାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

ଆଜି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ସେହିପରି ବିଶ୍ୱକର୍ମା ନାମକ ଏକ ବଡ଼ ଯୋଜନା ଶୁଭାରମ୍ଭ କରିବେ ମୋଦୀ। ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଛି । ରକ୍ତ ଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ କରିବ ବିଜେପି।

ବିଶ୍ୱକର୍ମା ଯୋଜନା କ’ଣ ?

ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ମିଳିବ। କୌଳିକ ବୃତ୍ତି କରୁଥିବା ଲୋକ ଉପକୃତ ହେବେ। ସେହିଭଳି ଇ-ବସ୍ ସେବାକୁ ମଧ୍ୟ ମଞ୍ଜୁରୀ ମିଳିଛି । ପିଏମ୍ ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଦେଶର ପ୍ରାୟ ଶହେଟି ସହରରେ ଚାଲିବ ଇଲେକ୍‌ଟ୍ରି ବସ୍ । ୫୭,୬୧୩ କୋଟି ବ୍ୟୟରେ ୧୦ ହଜାର ଇ- ବସ୍ ଚାଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚାଲିବ ଇଲେକ୍ଟ୍ରି ବସ୍। ପିପିପି ମୋଡରେ ଇ- ବସ୍ ସେବା ପରଚାଳିତ ହେବ ବୋଲି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।

ତେବେ ‘ବିଶ୍ୱକର୍ମା ଯୋଜନା’ ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।

Get real time updates directly on you device, subscribe now.