fbpx
BJD SKY
BJD SKY

ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ-‘ଯବାନଙ୍କ ସାହସ ହିମାଳୟଠାରୁ ବି ଉଚ୍ଚ’

BJD

ଚୀନ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ଲେହ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ମୋଦୀଙ୍କ ଅଚାନକ୍ ଗସ୍ତ ସମସ୍ତଙ୍କୁ ଚକିତ କରିଥିଲା । ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସେନା ଓ ବାୟୁସେନାର ଅଧିକାରୀମାନେ ସାମିଲ ହୋଇଛନ୍ତି । ଲେହରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଯବାନମାନଙ୍କୁ ସମ୍ବୋଧନ ପ୍ରଥମେ ଭାରତ ମାତା କି ଜୟର ନାରା ଲଗାଇଥିଲେ ।

ମୋଦୀ ନିଜର ଉଦବୋଧନରେ କହିଛନ୍ତି ଯେ, ‘ଭାରତୀୟ ଯବାନ କାହାଠାରୁ କମ୍ ନୁହନ୍ତି । ଆମ ଯବାନ ଭାରତ ମାତାର ସୁରକ୍ଷା କବଚ ହୋଇ ଅଛନ୍ତି । ଆପଣମାନଙ୍କ ସାହସ ହିମାଳୟଠାରୁ ବି ଉଚ୍ଚ । ଆପଣମାନଙ୍କ ଉପରେ ପୁରା ଦେଶର ବିଶ୍ୱାସ ରହିଛି । ଭାରତୀୟ ଯବାନଙ୍କ ବୀରତ୍ୱ ପୁରା ବିଶ୍ୱ ଦେଖିଛି ।’

ଏହା ସହ ଗଲୱାନ ଘାଟିରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୋଦୀ କହିଛନ୍ତି ଯେ, ଗଲୱାନ ଘାଟି ଆମର । ଯବାନଙ୍କ ସିଂହନାଦରେ ଜୟଜୟକାର ହୋଇ ଉଠେ ବୀରଭୂମି । ଲଦାଖର ପୁରା ଅଂଶ ଭାରତର ମାନ-ସମ୍ମାନର ପ୍ରତୀକ । ବୀର ନିଜ ଶସ୍ତ୍ର ବଳରେ ମାତୃଭୂମିର ରକ୍ଷା କରିଥାଏ । ଆମର ସଂକଳ୍ପ ହିମାଳୟ ପରି ଉଚ୍ଚା । ମାନବତା ପାଇଁ ଶାନ୍ତି ଓ ମିତ୍ରତା ଜରୁରୀ । ଦୁର୍ବଳ କେବେ ହେଲେ ବି ଶାନ୍ତ ଆଣିପାରିବ ନାହିଁ । ଭାରତ ନିଜର ଶକ୍ତି ବଢାଇ ଚାଲିଛି । ପୁରା ଦୁନିଆ ଆମର ବୀରର ପରାକ୍ରମ ଦେଖିଛି । ବିଶ୍ୱରେ ବିସ୍ତାରର ଯୁଗ ଶେଷ ହୋଇଛି, ଏବେ ବିକାଶର ଯୁଗ ।’

Get real time updates directly on you device, subscribe now.