fbpx

ରେଡ ଲାଇଟ୍ ଅଞ୍ଚଳରେ ଚୁମ୍ବନ ଓ ଜୋରରେ ନିଶ୍ୱାସ ନେବାରେ ଲାଗିଲା ବ୍ୟାନ୍

କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ଲାଗୁ ହୋଇଥିବା ଲକ-ଡାଉନକୁ ଏବେ ଧିରେ ଧିରେ କୋହଳ କରାଯାଉଛି । ଏହାରି ମଧ୍ୟରେ ନେଦରଲ୍ୟାଣ୍ଡ ଓ ଥାଇଲ୍ୟାଣ୍ଡର ସରକାର ବି ଲକଡାଉନକୁ କୋହଳ କରିବା ସହ ଦେଶର ବେଶ୍ୟାଳୟ ଓ ରେଡ ଲାଇଟ୍ ଅଞ୍ଚଳକୁ ଖୋଲିବାକୁ ଅନୁମତି ଦେଇଛନ୍ତି । କେତେକ କଡା ପ୍ରତିବନ୍ଧ ସହିତ ଏହି ରେଡ ଲାଇଟ୍ ଅଞ୍ଚଳକୁ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ପ୍ରତିବନ୍ଧକ ମୁତାବକ, ରେଡ ଲାଇଟ୍ ବା ବେଶ୍ୟାଳୟରେ ଚୁମ୍ବନ ଓ ଜୋରରେ ନିଶ୍ୱାସ ନେବାକୁ ମନା ହୋଇଛି ।

ଅନ୍ୟପଟେ ବ୍ୟାଙ୍କର ରେଡ ଲାଇଟ୍ ଅଞ୍ଚଳ ୩ ମାସ ବନ୍ଦ ରହିବା ପରେ ଗତ ଜୁଲାଇ ୧ ତାରିଖରୁ ପୁଣି ଖୋଲିଛି । ବାର୍, ମସାଜ ପାର୍ଲର ଆଜି ବି ଖୋଲିଯାଇଛି । ସେଠାରେ ଗତ ୩୭ ଦିନରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ନ ଆସିବାରୁ ନିୟମ କୋହଳ ହୋଇଛି ଓ ଶତାଧିକ ଦେହଜୀବିମାନେ ପୁନଃ ନିଜ କର୍ମସ୍ଥାନକୁ ଫେରିଛନ୍ତି ।

ଚୁମ୍ବନ ଓ ଜୋରରେ ନିଶ୍ୱାସ ନେବା ବ୍ୟତିତ ଲୋକଙ୍କ ପାଇଁ ମଧ୍ୟ କିଛି ପ୍ରତିବନ୍ଧକ ରହିଛି । ଲୋକମାନେ ନିଜ ମୁହଁରୁ ମାସ୍କ ଖୋଲିବେ ନାହିଁ ଓ ନିଜକୁ ଭଲ ଭାବେ ସାନିଟାଇଜ କରିବେ ବୋଲି କୁହାଯାଇଛି । ରେଡ ଲାଇଟ୍ ଅଞ୍ଚଳକୁ ଯିବା ପୂର୍ବରୁ ସମସ୍ତ ଗ୍ରାହକଙ୍କ ତାପମାତ୍ରା ମପାଯିବା ସହ ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ନିଆଯିବ । ନେଦରଲ୍ୟାଣ୍ଡରେ ବି ଥାଇଲ୍ୟାଣ୍ଡ ପରି ନିୟମ ଲାଗୁ ହୋଇଛି ।

Get real time updates directly on you device, subscribe now.