୧୨ ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଏକାଥରେ ୩ ଲକ୍ଷ ପରିବାରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ୧୨ ଶହ କୋଟି ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ। ଅଭିନନ୍ଦନ ମଧ୍ୟ ଜଣାଇଲେ।
ବିହାର: ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ। ଭୋଟରଙ୍କ ମନ ଜିତିବା ପାଇଁ ଏକାଥରେ ୩ ଲକ୍ଷ ପରିବାରଙ୍କୁ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ତାହା ପୁଣି ୧୨ ଶହ କୋଟି ଟଙ୍କାର ସହାୟତା ରାଶି। ଯାହାକୁ ପାଇ ସାଧାରଣ ଜନତା ମଧ୍ୟ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି।
ହଁ ଆଜ୍ଞା ପ୍ରଥମ ଥର ପାଇଁ ଆଉ ପ୍ରଥମ କିସ୍ତି ଭାବରେ ୩ ଲକ୍ଷ ପରିବାରଙ୍କୁ ୧୨ଶହ କୋଟି ଟଙ୍କାର ଏକକାଳୀନ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ନିର୍ବାଚନ ଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜୋରଦାର ପ୍ରୟାସ ଆରମ୍ଭ କରିଥିବା କୁହାଯାଉଛି।
ପ୍ରଥମ କିସ୍ତି ପ୍ରଦାନ: ଯଦି ଦେଖିବା ୨୦୨୪ ମସିହା ଅକ୍ଟୋବର ୭ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ପ୍ରଥମ କିସ୍ତି ଟଙ୍କା ଦେଢ଼ ଲକ୍ଷ ହିତାଧିକାରୀଙ୍କୁ ଦେଇଥିଲେ। ଆଉ ଏବେ ପୁଣିଥରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଭାବରେ ୩ ଲକ୍ଷ ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ନୀତିଶ।
କେବଳ ପ୍ରଧାନମନ୍ତ୍ରୀ ଆବାସ ନୁହେଁ ଶୌଚାଳୟ ପାଇଁ ମଧ୍ୟ ଆଗାମୀ ୧୦୦ ଦିନ ମଧ୍ୟରେ ଉକ୍ତ ହିତାଧିକାରୀମାନଙ୍କୁ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଭାବରେ ୮୦,୦୦୦ ଟଙ୍କା ମିଳିବ।
ଏହା ସହ ଏହି ହିତାଧିକାରୀମାନଙ୍କୁ ମନରେଗା ମାଧ୍ୟମରେ ୯୦ ଦିନ ପାଇଁ ଅଣକୁଶଳୀ ଶ୍ରମିକ ଭାବରେ ୨୨,୦୫୦ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ୧୨,୦୦୦ ଟଙ୍କା ଦିଆଯିବ। ସେହିପରି ପ୍ରତି ହିତାଧିକାରୀଙ୍କୁ ମୋଟ ୧,୫୪,୦୫୦ ଟଙ୍କା ଦିଆଯିବ।
ନୀତିଶଙ୍କ ଅଭିନନ୍ଦନ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ, ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ରହିଛନ୍ତି, ମୁଁ ଏହାର ଲାଭ ପାଇଥିବା ପରିବାରଗୁଡ଼ିକୁ ଅଭିନନ୍ଦନ ଜଣାଉଛି ଏବଂ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଗ୍ରାମୀଣ ବିକାଶ ବିଭାଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି।