fbpx

ବଢ଼ିଲା PMGKAY ଅବଧି: ୮୦ କୋଟି ଲୋକଙ୍କୁ ସେପ୍ଟେମ୍ବର ଯାଏଁ ମିଳିବ ୫ କେଜିର ମାଗଣା ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅର୍ଥାତ୍ ପିଏମଜିକେଏୱାଇ ର ସମୟସୀମା ୬ ମାସ ବଢ଼ାଯାଇଛି । ଏବେ ଏହି ଯୋଜନା ଅନୁଯାୟୀ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାସନ ମିଳିବ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୦ ଠାରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ସ୍କିମରେ ଗରିବ ପରିବାରଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି ।

ତେବେ ଶନିବାର କ୍ୟାବିନେଟ ନିଷ୍ପତ୍ତି ପରେ ପିଏମଜିକେଏୱାଇ ଅନୁଯାୟୀ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ଯୋଜନାରେ ମୁଣ୍ଡପିଛା ମାସକୁ ୫ କିଲୋ ରାସନ ମାଗଣା ମିଳିବ ।

Get real time updates directly on you device, subscribe now.