fbpx

ଛପା ହେଲା, କିନ୍ତୁ RBIକୁ ମିଳିଲାନି ୮୮ ହଜାର କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍: RTIର ମହାଖୁଲାସା!

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ଉପରେ ସରକାର ଅଚଳ କରିବା ପରେ ଏହାକୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି । ଏହାପରେ ୫୦୦ ଟଙ୍କିଆ ନୋଟ ଅଚଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ନେଇ ଏକ ବଡ ଖୁଲାସା ସାମନାକୁ ଆସିଛି । ଆରବିଆଇକୁ ୧୯୯୯-୨୦୧୦ ମଧ୍ୟରେ ଲକର୍ସରେ ଜମା ହୋଇଥିବା ଆଡିସନାଲ ୩୩୯.୯୫ ମିଲିୟନ କରେନ୍ସି ନୋଟକୁ ନେଇ ସମସ୍ୟା ଦେଖା ଦେଇଥିଲା । ଏହା ସରକାରୀ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ ପ୍ରେସର ଆଉଟପୁଟରୁ ଅଧିକ ଥିଲା ।

ତେବେ ବର୍ତ୍ତମାନ ଆଉ ଏକ ମାମଲା ସାମନାକୁ ଆସିଛି । ଟଙ୍କାଶାଳରେ ନୂଆ ଡିଜାଇନ ହୋଇଥିବା ୫୦୦ ଟଙ୍କିଆ ନୋଟର ୮,୮୧୦.୬୫ ମିଲିୟନ ନୋଟ ଜାରି କରିଥିଲେ । କିନ୍ତୁ ରିଜର୍ଭ ବ୍ୟାଙ୍କକୁ ମାତ୍ର ୭,୨୬୦ ମିଲିୟନ ଟଙ୍କାର ନୋଟ ମିଳିଛି । ତେବେ ବର୍ତ୍ତମାନ ୮୮ ହଜାର କୋଟି ଟଙ୍କା ମୂଲ୍ୟର ନୋଟର ହିସାବ ମିଳିପାରୁ ନାହିଁ । ରିପେର୍ଟ ଅନୁସାରେ, ରହସ୍ୟମୟୀ ଢଙ୍ଗରେ ୧,୭୬୦.୬୫ ମିଲିୟନ୍ ୫୦୦ ଟଙ୍କିଆ ନୋଟ୍ କେଉଁଆଡେ ଗଲା, ଏହାର ଉତ୍ତର କେହି ଦେଇ ପାରିନାହାନ୍ତି । ଏଥିରେ ୨୦୧୫ ଏପ୍ରିଲରୁ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ନାସିକ ମିଣ୍ଟରେ ମୁଦ୍ରିତ ୨୧୦ ମିଲିୟନ ନୋଟ ମଧ୍ୟ ସାମିଲ ରହିଛି । ତେବେ ଗାଏବ ହୋଇଥିବା ନୋଟଗୁଡିକର ମୂଲ୍ୟ ୮୮ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭାରତ ଅଧିକୃତ ନୋଟ ମୁଦ୍ରଣକୁ ୩ଟି ସରକାରୀ ମିଣ୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ(ପ୍ରା.) ଲିମିଟେଡ, ବେଙ୍ଗଲୁରୁ, ନାସିକ ଏବଂ ବ୍ୟାଙ୍କ ବ୍ୟାଙ୍କ ନୋଟ ପ୍ରେଅସ, ଦେବାସରେ ମୁଦ୍ରିତ କରିଥାଏ ରିଜର୍ଭ ବ୍ୟାଙ୍କର ୱାଲଟକୁ ପଠାଇଥାଏ ।

ତେବେ ସୂଚନା ଅନୁଯାୟୀ, ନାସିକ କରେନ୍ସି ନୋଟ ପ୍ରେସ ଦ୍ୱାରା ୩୭୫.୪୫୦ ମିଲିୟନ ନୂଆ ଡିଜାଇନର ୫୦୦ ଟଙ୍କିଆ ନୋଟ ମୁଦ୍ରଣ କରାଯାଇଥିଲା । କିନ୍ତୁ ରିଜର୍ଭ ବ୍ୟାଙ୍କର ରେକର୍ଡରେ କେବଳ ୩୪୫.୦୦(୨୦୧୫-୧୬ରେ ମୁଦ୍ରିତ) ମିଲିୟନ ନୋଟର ହିସାବ ମିଳିପାରିଥିଲା । ନାସିକ କରେନ୍ସି ନୋଟ୍ ପ୍ରେସ ରିଜର୍ଭ ବ୍ୟାଙ୍କକୁ ୫୦୦ ଟଙ୍କିଆ ନୋଟ ଯୋଗାଇଥିବା ରେକର୍ଡ ଦେଇଥିବା ବେଳେ ରିଜର୍ଭ ବ୍ୟାଙ୍କ ନିକଟରେ ଏହି ନୋଟ ଗୁଡିକର କୌଣସି ରେକର୍ଡ ଉପଲବ୍ଧ ନାହିଁ । ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ଜୋରଦାର ଆଲୋଚନା ହେଉଛି ।

Get real time updates directly on you device, subscribe now.