fbpx

BIG BREAKING; କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ

ଓଡିଶା ଭାସ୍କର; କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ । ଝାରପଡା ଜେଲରୁ ଜଣେ କଏଦୀ କୋର୍ଟ ଆସିଥିବା ବେଳେ ପୋଲିସକୁ ଚକମା ଦେଖାଇ ଫେରାଇ ହୋଇଯାଇଛି । ଫିଲ୍ମ ଷ୍ଟାଇଲିରେ କଏଦୀ ଜଣକ ଆଇନ ଜାଲରୁ ଫେରାର ହୋଇଥିବା ସୂଚନା ମିଳିଛି । ଟଏଲେଟ ବାହାନା କରି କଏଦୀ ଜଣଙ୍କ ଫେରାର ହୋଇଥିବା କୁହାଯାଉଛି । ବିଚାରାଧୀନ ଥିବା ଉକ୍ତ କଏଦୀ ଜଣକ ଭୁବନେଶ୍ୱର କୋର୍ଟରୁ ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ଫେରାର ହୋଇଯାଇଥିବା ଉକ୍ତ କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସ ଜାରି ହୋଇଛି । ତେବେ ପୋଲିସ ହେପାଜତରୁ କିଭଳି ଜଣେ କଏଦୀ ଫେରାର ହୋଇପାରିଲା ତାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.