fbpx
BJD SKY
BJD SKY

ସବୁବେଳେ ହନୁମାନଙ୍କୁ ଜଗି ରହୁଛି ମାଙ୍କଡ଼

BJD

ଯାଜପୁର:  (ଓଡ଼ିଶା ଭାସ୍କର) ମଣିଷ ଭଳି କଥା ମାନୁଛି ମାଙ୍କଡ଼, ଆଉ ଯାହା ବି ଦେଲେ ମଣିଷଙ୍କ ଭଳି ଖାଉଛି ମାଙ୍କଡ଼, ସଞ୍ଜ ନଇଁଲେ ମନ୍ଦରରେ ରହୁଛି ମାଙ୍କଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ସ୍ଥିତ ହନୁମାନ ମନ୍ଦିର ନିକଟରେ । ଏବେ ସବୁଠି ମାଙ୍କଡ଼ ମାନଙ୍କର ଉତ୍ପାତ ଦେଖିବାକୁ ମିଳୁଛି କେଉଁଠି ଫସଲ ନଷ୍ଟ କରୁଛି ତ ଆଉ କେଉଁଠି ପିଲାମାନଙ୍କୁ କାମୁଡୁଛି ଏଠାରେ କିନ୍ତୁ ବିପରୀତ ମାଙ୍କଡ଼ । ଏଠି ପିଲାଙ୍କ ହାତରୁ ଖାଦ୍ୟ ଖାଉଛି ପାଣି ପିଉଛି । ଆଉ ପିଲାଙ୍କ ସହିତ ଖେଳୁଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ସ୍ଥିତ ହନୁମାନ ମନ୍ଦିର ପାଖରେ ଥିବା ଏକ ଦୋକାନ ଘରେ । ଦୀର୍ଘ ୩ ମାସ ହେବ ଏହି ମାଙ୍କଡ଼ ସକାଳ ହେଲା ମାତ୍ରେ ଦୌଡ଼ିଆସେ ଖାଇବାକୁ ଆଉ ଦୋକାନୀ ପିଲାମାନେ ମଧ୍ୟ ତାକୁ ଖାଇବାକୁ ଦେବା ସହିତ ବେଶ ମଜା ନେଉଛନ୍ତି ।

Get real time updates directly on you device, subscribe now.