fbpx

ବହି ପଢ଼ିଲେ ଜେଲରୁ ଶୀଘ୍ର ମୁକ୍ତ ହେଉଛନ୍ତି କଏଦୀ, ଜାଣନ୍ତୁ କେଉଁ ଦେଶରେ ଅଛି ଏପରି ନିୟମ

ଜେଲରେ ଯେଉଁ ଅପରାଧୀ ବହି ପଢ଼ୁଛନ୍ତି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଉଛି । ହୁଏତ ଆପଣ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଏଭଳି ଏକ ଦେଶ ବୋଲଭିଆ, ଯେଉଁଠି କଏଦୀମାନେ ବହି ପଢ଼ିବା ଦ୍ୱାରା ସେମାନଙ୍କୁ ଜେଲରୁ ମୁକ୍ତ କରାଯାଉଛି ।

ଏମିତିକି କଏଦୀମାନଙ୍କୁ ବହି ପଢ଼ିବା ପାଇଁ ଜେଲ କର୍ତ୍ତୃପକ୍ଷ ଉତ୍ସାହିତ ମଧ୍ୟ କରିଥାନ୍ତି । ଏହି ଅଭିଯାନର ନାଁ ରଖାଯାଇଛି ବୁକ୍ସ ବିହାଇଣ୍ଡ ବାର । ବୋଲିଭିଆର ଅଧିକ କଏଦୀ ଥିବା ଜେଲର ବନ୍ଦୀମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ନୂଆ ପ୍ରୟାସ କରାଯାଉଛି ।

 दरअसल बोलिविया को जेल में ये प्रोग्राम इसलि भी शुरू करना पड़ा, क्योंकि वो जेलों के जरूरत से ज्यादा कैदियों को कम करना चाहते हैं और ये भी चाहते हैं कि कैदी जेल से बाहर जाकर बेहतर व्यवहार करें. वैसे बोलिविया में किसी भी कैदी को आजीवन कारावास या मृत्यु की सजा नहीं होती. (shutterstock)

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୋଲିଭିଆରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ନାହିଁ । ଏଭଳି ସ୍ଥିତିରେ ବନ୍ଦୀମାନେ ଏହି ପଦ୍ଧତିକୁ ବହୁତ ପସନ୍ଦ କରନ୍ତି । ଏଥି ସହିତ ଜେଲ ପ୍ରଶାସନ ମଧ୍ୟ ଏହି ଅଭିଯାନକୁ ସଫଳ କରିବା ପାଇଁ ଉତ୍ସାହିତ କରିଥାନ୍ତି । ବୋଲଭିଆର ସବୁ ସ୍ଥାନରେ ‘ବୁକ୍ସ ବିହାଇଣ୍ଡ’ ଯୋଜନାକୁ ନେଇ ଚର୍ଚ୍ଚା ହେଉଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ଜେଲରେ ଥିବା କଏଦୀମାନେ ମୁକ୍ତ ହେବାର କିଛି ଦିନ କିମ୍ବା କିଛି ସପ୍ତାହ ପୂର୍ବରୁ ଜେଲରୁ ବାହାରିବାର ସୁଯୋଗ ପାଇପାରିବେ । ଦେଶର ୪୭ ଟି ଜେଲରେ ଏହି କାର୍ଯ୍ୟକ୍ରମ ଏକକାଳୀନ ଭାବେ ଆରମ୍ଭ ହୋଇଛି ।

Get real time updates directly on you device, subscribe now.