ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଯୁବ ତାରକା ପୃଥି ଶ’ କିଛି ଦିନହେବ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଦୁରେଇ ରହିଛନ୍ତି । କିନ୍ତୁ ଏହି ସମୟରେ ତାଙ୍କ ବ୍ୟାଟ୍ର ଗର୍ଜନ ଥମି ନାହିଁ । ଘରୋଇ କ୍ରିକେଟ୍ରେ ତାଙ୍କର ବ୍ୟାଟ୍ର ଗର୍ଜନରେ ସେ ନିଜର ପ୍ରଶଂସକଙ୍କ ନିକଟରେ ପହଞ୍ଚିବା ସହିତ ଭାରତୀୟ ଚୟନକର୍ତ୍ତାଙ୍କ କବାଟକୁ ବାଡେଇ ଚାଲିଛନ୍ତି । ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷରେ ପୃଥି ଶ’ ଦୁର୍ଦଶ ତ୍ରିଶତକ ହାସଲ କରିଛନ୍ତି ।
କେବଳ ଏତିକି ନୁହେଁ ପୃଥି ଶ’ ଆସାମ ବିପକ୍ଷରେ ୩୨୬ ବଲ୍ରେ ତ୍ରିଶତକ ହାସଲ କରିଥିଲେ । ଏହା ସହିତ ମୁମ୍ବାଇ ପାଇଁ ରଣଜୀ ଇତିହାସରେ ପୃଥୀ ସବୁଠାରୁ ଲମ୍ବା ପାଳି ଖେଳିଛନ୍ତି । ଏହା ସହିତ ଇଣଜୀ ଟ୍ରଫିରେ ତ୍ରିଶତକ, ବିଜୟ ହଜାର ଟ୍ରଫିରେ ଦ୍ୱିଶତକ ଏବଂ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଛନ୍ତି ।
ପୃଥି ଶ’ ୧୯୯୦-୯୧ରେ ସଞ୍ଜୟ ମଞ୍ଜରେକରଙ୍କ ଦ୍ୱାରା ଖେଳାଯାଇଥିବା ୩୭୭ ରନ୍ର ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ପୁର୍ବରୁ ମୁମ୍ବାଇ ପାଇଁ ରଣଜୀରେ ସବୁଠୁ ଅଧିକ ରନ୍ ସଞ୍ଜୟଙ୍କ ନାମରେ ଥିଲା । ସେହିପରି ପୃଥୀ ଶ’ଙ୍କ ଏହି ପାଳି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦ୍ୱାରା ପ୍ରଥମ ଶ୍ରେଣି କ୍ରିକେଟ୍ରେ ଦ୍ୱିତୀୟ ସର୍ବାଧିକ ଅଟେ ।