fbpx

ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା, ସରକାର ଗଣିବେ ୧୦୦ କୋଟିର ତଣ୍ଡ

ଭୁବନେଶ୍ୱର: ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା” ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି…ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି। ପ୍ରଶ୍ନକାଳରେ ହଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ। ସରକାରୀ ସମ୍ପତି ଏଲ ଆଣ୍ଡ ଟି କମ୍ପାନୀ ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଁଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ସରକାରଙ୍କୁ ଘେରିଛନ୍ତି।

ବାଚସ୍ପତି ରୁଲିଂ: ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ରୁଲ ୬୦ (vii) ଅନୁସାରେ ଆଲୋଚନା ପରିସର ଭୁକ୍ତ ହେବ ନାହିଁ। ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ ବୋଲି ଗୃହରେ ବାଚସ୍ପତି ସୂଚନା ଦେଇଛନ୍ତି। ତେବେ ବିଜେପି ବାଚସ୍ପତିଙ୍କ ଏହି ଉତ୍ତରକୁ ଗ୍ରହଣ କରି ନାହିଁ। ବିଜେପି ସବୁ ଗୁଡିକ ରିଭ୍ୟୁ ପିଟିସନରେ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ ଏହା ଗ୍ରହଣ ହୋଇନାହିଁ। ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି ୨୦୦୪ ରୁ ୨୦୨୨ ପର୍ଯ୍ୟନ୍ତ ସରକାର ଏହି ଘଟଣା କୁ ସରକାର ଗୁରୁତର ସହ ନେଲେନି। ସରକାରଙ୍କ ସମ୍ପତି କେମିତି ଘରୋଇ କମ୍ପାନୀ ସିଜ କଲା। ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଉକ୍ତ କମ୍ପାନୀ ନେଇ ଯାଇଛି। ତେଣୁ ସେହି କମ୍ପାନୀ କୁ ବ୍ଲାକ ଲିଷ୍ଟ କରାଯାଉ। ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ସମ୍ପତି ବାଜ୍ୟାପ୍ତ କରଯାଉ।

ଅନ୍ୟପଟେ ବିଜେଡି ଏହି ପ୍ରସଙ୍ଗରେ କହିଛି ଗୃହରେ ବାଚସ୍ପତିଙ୍କ ରୁଲିଂ ସୁପ୍ରିମ ହେବା ଦରକାର। ଅନ୍ୟ ଫୋରମ ରହିଛି ଏହି ଆଲୋଚନା କରିବା ପାଇଁ। ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭଵ ପଡ଼ିବ।

Get real time updates directly on you device, subscribe now.