fbpx

(Video) ମଦ ପିଇ ରାସ୍ତାରେ ଗଡ଼ିଲେ ପୋଲିସ ବାବୁ: କହିଲେ-‘ସସପେଣ୍ଡ କଲେ ବି ପିଇବି’

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ମଦ ନିଶାରେ ପଡ଼ିଲେ ଲୋକମାନେ ହିତାହିତ ଜ୍ଞାନ ବି ଭୁଲି ଯାଆନ୍ତି । ଅନେକ ବଡ଼ ବଡ଼ ଲୋକମାନେ ମଧ୍ୟ ଏହା ଆଗରେ ଦୁର୍ବଳ ପାଲଟିଯାଆନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଆଜିକାଲି ସୁରକ୍ଷା ଦେଉଥିବା ଲୋକ ବି ମଦ ନିଶରେ ଚୁର ହୋଇ ବୁଲୁଛନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜଣେ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପ୍ରଚୁର ମଦ ପିଇଥିବା ଦେଖିଲେ ଜଣାପଡୁଛି । ମଦ ନିଶ ଏତେ ଯେ ସେ ନା ଚାଲିପାରୁଛନ୍ତି ନା ସିଧା ଠିଆ ହୋଇପାରୁଛନ୍ତି । କେତେବେଳେ ବଣରେ ପଶିଯାଉଛନ୍ତି ତ ଆଉ କେତେବେଳେ ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳିଛି । ଜଣେ ପୋଲିସ ବାବୁ ହୋଇ ସେ ଦିନ ଦ୍ୱିପହରରେ ମଦ ପିଶ ପୁରା ମାତାଲ ଅବସ୍ଥାରେ ବୁଳୁଥିବା ନଜର ଆସିଛନ୍ତି ।

ତେବେ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଫାଣ୍ଡିରେ କାର୍ୟ୍ୟରତ କନେଷ୍ଟବଳ ଇଶ୍ୱର ମହାନ୍ତି । ମଦ ଏତେ ମାତ୍ରାରେ ପିଇଥିଲେ ଯେ, କାଉଣ୍ଟର ଆଗରୁ ଘରକୁ ମଧ୍ୟ ଯାଇ ପାରୁନଥିଲେ । ନିଜକୁ ସମ୍ଭାଳିବା ତ ଅସମ୍ଭବ, ଗାଡ଼ିକୁ କିପରି ସମ୍ଭାଳିବେ । ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରିବାକୁ ସେ ରାଗିକି ପୁରା ନିଆଁ । କହୁଛନ୍ତି କି, ‘ମୋତେ ସସପେଣ୍ଡ କରିବ ଯଦି କରିଦିଅ, ହେଲେ ବି ମୁଁ ପିଇବି ।’ ତେବେ ପୋଲିସ ବାବୁଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.