fbpx

ଏଣିକି ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିବ ପେନସନ୍!

ନୂଆଦିଲ୍ଲୀ,୩ ।୨: ପ୍ରାଇଭେଟ୍ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି ମୋଦୀ ସରକାର । ରିପୋର୍ଟ ମୁତାବକ, ଖୁବଶୀଘ୍ର ପେନସନ୍ ଯୋଜନା ଲାଗୁ ହେବାକୁ ଯାଉଛି । ପିଏଏଫ୍ ପରି ପେନସନ୍ ସ୍କିମ୍ ପାଇଁ ପ୍ରତିମାସ ଦରମାରୁ ଟଙ୍କା କଟିବ । କିନ୍ତୁ ଦରମାରୁ କେତେ ଟଙ୍କା କଟିବ, ତାହାର ନିଷ୍ପତ୍ତି ସମ୍ପୃକ୍ତ କର୍ମଚାରୀ ନେବ ।

ସରକାରଙ୍କ ଏଭଳି ନିଷ୍ପତ୍ତିରେ ଲକ୍ଷାଧିକ କର୍ମଚାରୀ ଲାଭବାନ୍ ହେବେ । ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି ଯେ, ‘ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ ହେବ । ପ୍ରତିମାସରେ କର୍ମଚାରୀଙ୍କ ଆକାଉଣ୍ଟରୁ ସର୍ବନିମ୍ନ ୧୦୦ ଟଙ୍କା କଟିବ । କର୍ମଚାରୀ ମାସକୁ ଯେତିକି ଟଙ୍କା ଦେବ , କମ୍ପାନୀ ମଧ୍ୟ ମାସକୁ ସେତିକି ଟଙ୍କା କର୍ମଚାରୀର ଆକାଉଣ୍ଟରେ ଜମା କରିବ ।’

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଶନିବାର ଦିନ ପିଏଏଫଆରଡିଏ ଆଇନରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ ।

Get real time updates directly on you device, subscribe now.