fbpx

ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଲା ନୂଆ ଅତିଥି

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ଘରକୁ ଆସିଛି ନୂଆ ଅତିଥି । ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍ମାନଙ୍କୁ ଜଣାଇଛନ୍ତି । ତେବେ ପ୍ରିୟଙ୍କା ଓ ନିକ ଏକ କୁକୁରକୁ ଘରକୁ ଆଣିଛନ୍ତି । ପୂର୍ବରୁ ତାଙ୍କର ଜିନୋ ଏବଂ ଡାଏନା ନାମରେ ୨ଟି କୁକୁର ଥିଲେ । ବର୍ତ୍ତମାନ ସେ ପାଣ୍ଡାକୁ ଘରକୁ ଆଣିଛନ୍ତି । ପ୍ରିୟଙ୍କା ନିକ୍ ଏବଂ ତାଙ୍କର ସମସ୍ତ କୁକୁରଙ୍କ ସହ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଏହା ଆମ ନୂଆ ପରିବାରର ଫଟୋ । ଯାହା ଦୀର୍ଘଦିନ ଧରି ରହିବ । ଆମେ ଠିକରେ ଜାଣିନାହୁଁ କିନ୍ତୁ ଏହା ହସ୍କି ଏବଂ ଅଷ୍ଟ୍ରେଲିିଆ ଶେପାର୍ଡର ମିଶ୍ରଣ ବୋଲି ମନେ ହୁଏ । ତା’ ଆଖି ଏବଂ କାନକୁ ଦେଖ ।’

ତେବେ ପ୍ରିୟଙ୍କା ଓ ନିକଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଲୋକମାନେ ବେଶ ପସନ୍ଦ କରିଛନ୍ତି । ନିକଟରେ ବିହାର ଓ ଆସାମରେ ବନ୍ୟା ପୀଡିତାଙ୍କୁ ସାହାର୍ଯ୍ୟ ପାଇଁ ପ୍ରିୟଙ୍କା ଓ ନିକ ଆଗେଇ ଆସିଥିଲେ ।

Get real time updates directly on you device, subscribe now.