fbpx

ବିନା ମୂଲ୍ୟରେ ପ୍ରିୟଙ୍କା ଚୋପ୍ରା ଫେରି ପାଇଲେ ନିଜ ଟ୍ୱିଟର ଆକାଉଣ୍ଟର ବ୍ଲୁ ଟିକ୍, ଜାଣନ୍ତୁ କିପରି

AAKASH

ନୂଆଦିଲ୍ଲୀ: ବଲିଉଡ ସହ ହଲିଉଡରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ନିଜର ଜଲୱା ଦେଖାଇ ଆସିଛନ୍ତି । ଏପରି ଲୋକପ୍ରିୟ ଅଭିନେତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ଆପେଆପେ ଅଦୃଶ୍ୟ ହୋଇଯାଇଥିଲା । ହେଲେ ବର୍ତ୍ତମାନ ଅଭିନେତ୍ରୀଙ୍କ ଆକାଉଣ୍ଟ ପୁଣିଥରେ ଆସିଯାଇଛି । ଯାହାକୁ ନେଇ ପ୍ରିୟଙ୍କା ଚୋପ୍ରା ଏକ ଟ୍ୱିଟ କରିଛନ୍ତି । ଏହି ବ୍ଲୁ ଟିକ୍ ପାଇବା ପାଇଁ ତାଙ୍କୁ କୌଣସି ପେ କରିବାକୁ ପଡିନଥିଲା । ଏହା ଆପେ ଆପେ ଆସିଯାଇଛି । ବର୍ତ୍ତମାନ ସୁପରଷ୍ଟାର ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ମଧ୍ୟ ବ୍ଲୁ ଟିକ ଆସିଯାଇଛି ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବର୍ତ୍ତମାନ ବ୍ଲୁ ଟିକ ଫେରିଆସିଛି । ହେଲେ ଏପରି ଲାଗୁଛି ଯେ, ସେ ଏଥିପାଇଁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ନେଇ ନାହାନ୍ତି । ଏହା ଆସିବା ପରେ ପ୍ରିୟଙ୍କା ଚୋପ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ ମୋତେ ଏ ସବୁ ଜଣା ନଥିଲା ହେଲେ ମୋର ବ୍ଲୁ ଟିକ ମନକୁ ଆସିଯାଇଛି । ମୁଁ ବର୍ତ୍ତମାନ ପୁନଶ୍ଚ ପ୍ରିୟଙ୍କା ହୋଇଯାଇଛି ।’

ପ୍ରିୟଙ୍କାଙ୍କ ଏହି ଟ୍ୱିଟକୁ ନେଇ ଲୋକେ ଚର୍ଚ୍ଚା କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ଜୋରସୋରରେ ଏହାକୁ ନେଇ ରିଆକ୍ଟ କରୁଛନ୍ତି । ପ୍ରିୟଙ୍କାଙ୍କୁ ଏଥିପାଇଁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି । ଅନ୍ୟପଟେ ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ଯେ, ଟ୍ୱିଟର ବ୍ଲ୍ୟୁ ସବସ୍କ୍ରାଇବ ନକରି ସେ ବ୍ଲ୍ୟୁ ଟିକ କେମିତି ପାଇଲେ । ସେହିପରି ଅନ୍ୟାନ୍ୟ କମେଣ୍ଟରେ ଲେଖାଯାଇଛି ଯେ, ପ୍ରିୟଙ୍କା ବ୍ଲୁ ଟିକ୍ ନେଇଛନ୍ତି ହେଲେ ଦେଖଇ ହେଉନାହାନ୍ତି ।

Get real time updates directly on you device, subscribe now.