fbpx

ସୋସିଆଲ ମିଡିଆରୁ ପ୍ରିୟଙ୍କା ହଟାଇଲେ ‘ଜୋନସ୍’ ସରନେମ୍, ଛାଡ଼ପତ୍ରକୁ ନେଇ ଏପରି ପ୍ରଶ୍ନ କଲେ ଫ୍ୟାନ୍ସ

ମୁମ୍ବାଇ: ନିକ ଜୋନାସଙ୍କ ସହ ସମ୍ପର୍କ ପାଇଁ ପ୍ରିୟଙ୍କା ଚୋପ୍ରା ଲାଇମଲାଇଟକୁ ଆସିଛନ୍ତି । ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଏକ ଆଇଡଲ୍ କପଲ୍ ଭାବରେ ଦେଖାଯାଏ । ହେଲେ ବର୍ତ୍ତମାନ ପ୍ରିୟଙ୍କା ଏପରି କିଛି କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରଶ୍ନର ଶିକାର ହେବାକୁ ପଡ଼ିଛି । ବାସ୍ତବାରେ ବିବାହ ପରେ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିକ୍ ଜୋନସ୍ ଙ୍କର ସରନେମ୍ ଆଡ୍ କରିଥିଲେ । କିନ୍ତୁ ହଠାତ୍ ସେ ସମସ୍ତ ଆକାଉଣ୍ଟରୁ ଜୋନସ୍ ସରନେମ୍ କୁ ହଟାଇଦେଇଛନ୍ତି । ଏପରି କରିବା ପରେ ୟୁଜର୍ସ ମାନେ ପ୍ରିୟଙ୍କାଙ୍କୁ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।

ପ୍ରିୟଙ୍କା ନିଜ ନାମ ଆଗରେ ଜୋନସ୍ ସରନେମ୍ ରଖିଥିଲେ । ହେଲେ ହଠାତ୍ ଏପରି ଭାବରେ ହଟାଇବା ପରେ ଲୋକମାନେ ଅନେକ ପ୍ରକାର ପ୍ରଶ୍ନ କରିଛନ୍ତି । ଜଣେ ୟଜର୍ ଲେଖିଛନ୍ତି ଯେ, କଣ ଆପଣ ଛାଡ଼ପତ୍ର ନେଉଛନ୍ତି କିଏ? ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ଏହା ହେଉଛି ଛାଡ଼ପତ୍ର ସମ୍ପର୍କରେ କହିବାର ନୂଆ ତରିକା ।

Get real time updates directly on you device, subscribe now.