fbpx

ପରିବା କିଣିବାକୁ ଯାଇଥିବା ବେଳେ ବାଇକ୍‌ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ, ମାମଲା ରଖି ଚୁପ୍ ବସିଲା ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ବଜାର ଛକରୁ ବାଇକ୍ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ଗୋପ ଥାନାରେ ଅଭିଯୋଗ କଲେ ବାଇକ୍ ମାଲିକ । ଅଭିଯୋଗର ୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ପ୍ରକାଶ ଯେ ଗୋପ ମକ୍ତବ ମହଲା ର ନଜିର୍‌ ଖାଁ ନାମକ ଏକ ବ୍ୟକ୍ତି କୌଣସି କାମପାଇଁ ଗୋପ ଟେଷ୍ଟ ବ୍ୟାଙ୍କ ଜମା ଖାତାରୁ ୨୩ ହଜାର ଟଙ୍କା ଉଠାଇ ଆଣିଥିଲେ ଏବଂ ଏଇ ବ୍ୟକ୍ତି ତାଙ୍କ ଗାଡ଼ି ଡିକି ଭିତରେ ଟଙ୍କା ରଖିଥିଲେ । ନଜିର୍‌ ଖାଁ ପରିବା ହାଟରୁ ପାରିବା କିଣିବା ଲାଗି ବଜାର ଛକ ନିକଟରେ ଥିବା ପୋଲିସ ପୋଷ୍ଟ ନିକଟରେ ବାଇକ ନମ୍ବର (ଓଡି-୦୨-ୱାଇ- ୫୬୪୨) ରଖି ଯାଇଥିଲେ । ପରିବା କିଣିବା ପରେ ଆସିଦେଖନ୍ତି ତ କେହି ଦୁର୍ବୁତ୍ତ ତାଙ୍କ ବାଇକ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟି ନେଇଛନ୍ତି । ପରେ ସ୍ଥାନୀୟ ଛକରେ ଥିବା ଲୋକମାନେ ଟଙ୍କା ଲୁଟି ନେଇଥିବା ବିଷୟରେ ଜାଣିବା ପରେ ଗଦା ହୋଇଥିଲେ । ନଜିର୍‌ ଟଙ୍କା ରଖିଥିବା ବ୍ୟାଗ୍‌ ରେ ତାଙ୍କର କିଛି ଦରକାରୀ କାଗଜପତ୍ର ରହିଥିବା ସେ ମଧ୍ୟ କହିଥିଲେ । ଟଙ୍କା ଲୁଟିନେଇ ଥିବା ସଂପର୍କରେ ଏହି ଗରିବ ଲୋକଟି ଗୋପ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦେଇ ଥିବାବେଳେ ପୋଲିସ ତ ଅଭିଯୁକ୍ତକୁ ଧରିବା ଦୂରର କଥା ଘଟଣା ସ୍ଥଳକୁ ମଧ୍ୟ ତଦନ୍ତ କରିବା ଲାଗି ଆସିନଥିଲା । ଟଙ୍କା ଲୁଟି ହୋଇଥିବା ବ୍ୟକ୍ତି ଜଣଙ୍କ ଟ୍ରଲି ଚଳାଇ ତାଙ୍କ ପରିବାର ଭରଣ ପୋଷଣ କରୁଥିବା ତାଙ୍କର ୨୩ ହଜାର ଟଙ୍କା ଚୋରି ହେବା ପରେ ସେ ଗରିବ ବ୍ୟକ୍ତି ଜଣଙ୍କ ଭାଙ୍ଗି ପଡିଥିଲେ ବୋଲି କହିଥିଲେ ।ଏ ସଂପର୍କରେ କୌଣସି ମାମଲା ରୁଜୁ ହୋଇ ନ ଥିବା କୁହାଯାଇଛି । ବାରମ୍ବାର ଏପରି ଗୋପ ଅଞ୍ଚଳରୁ ବାଇକ୍‌ ଡିକି ଭାଙ୍ଗି ଦୁର୍ବୁତ୍ତ ଟଙ୍କା ଲୁଟି ନେଉଥିବା କୁହାଯାଇଛି।

Get real time updates directly on you device, subscribe now.