fbpx

ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କର ବଡ ଘୋଷଣା, ମାଗଣାରେ ବିଜୁଳି ସହିତ ଦେଲେ ୮ ଟି ପ୍ରତିଶ୍ରୃତି

ଛତିଶଗଡ : କଂଗ୍ରେସର ନେତା ପ୍ରିୟଙ୍କା ଗାନ୍ଧୀ ବାନ୍ଦ୍ରାରେ ଛତିଶଗଡ ଜନତାଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି । କହିଛନ୍ତି କଂଗ୍ରେସ ପାର୍ଟି କ୍ଷମତାକୁ ଆସିବା ପରେ ଅନେକ ଯୋଜନା ଲାଗୁ କରାଯିବ । ତେବେ ସେହି ଯୋଜନା ମଧ୍ୟରେ ଗ୍ୟାସ ସିଲିଣ୍ଡର ମଧ୍ୟ ରହୁଛି । ଗ୍ୟାସକୁ ରିଫିଲ କରିବା ପାଇଁ ୫୦୦ ଟଙ୍କା ସବସିଡ ଦେବାକୁ ପଡିବ ଏହା ଛଡା ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ । ଖଇରାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଲବନ୍ଧା ଗ୍ରାମରେ ହୋଇଥିବା ନିର୍ବାଚନ ର୍ୟାଲିରେ ପ୍ରିୟଙ୍କା ଏହି ୮ଟି ପ୍ରତିଶ୍ରୃତି ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ସଭାକୁ ସମ୍ବୋଧିତ କରି କହିଥିଲେ ତାଙ୍କୁ ଜ୍ୱର ହୋଇଛି କିନ୍ତୁ ଜନତାଙ୍କ ଖୁସି ଦେଖି ତାଙ୍କୁ ଖୁସି ଲାଗୁଛି । ଏହା ଛଡା ସେ କହିଥିଲେ ସେ ପଡୋଶୀ ରାଜ୍ୟ ଯାଇଥିଲେ କିନ୍ତୁ ସେଠାରେ ଲୋକମାନେ ଖୁସି ନଥିଲେ । ଏହା ଛଡା ସେ କହିଥିଲେ ମଧ୍ୟପ୍ରଦେଶ ସରକାର ୨୨୦୦୦ ଘୋଷଣା କରିଥିଲା କିନ୍ତୁ ଗୋଟିଏ ମଧ୍ୟ ପୂରଣ କରିପାରିଲେ ନାହିଁ । କିନ୍ତୁ ୨୨୦ ଘୋଟାଲ କରିଥିଲେ । ମଧ୍ୟପ୍ରଦେଶ ସରକାର ୧୮ ବର୍ଷରୁ କ୍ଷମତାରେ ଅଛି କିନ୍ତୁ ଏବେ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷାକୁ ନେଇ କିଛି ବ୍ୟବସ୍ଥା କରି ନାହାନ୍ତି । ଏହା ଛଡା ପ୍ରିୟଙ୍କା ଗାନ୍ଧୀ କହିଥିଲେ ମଧ୍ୟପ୍ରଦେଶରେ ମହିଳାଙ୍କ ଉପରେ ଅଧିକ ହିଂସା ହୋଇଥାଏ । ର୍ନିବାଚନର ୨ ମାସ ପୂର୍ବରୁ ‘ଲାଡଲି’ ‘ବହନ’ ଯୋଜନା କରି ମହିଳାଙ୍କ ଖାତରେ କିଛି ଟଙ୍କା ଦେଇଥିଲେ । କିନ୍ତୁ ଛତିଶଗଡ ସରକାର କୃଷକ, ମହିଳା, ଆଦିବାସୀ , ଦଳିତ ସମସ୍ତଙ୍କ ପାଇଁ କାମ କରିଛି ।ତେବେ ଖେରାଗଡରେ ୨୦ ବିଧାନସଭା ସିଟ ପାଇଁ ୭ ନଭେମ୍ବରରେ ଭୋଟ ହେବ । ବାକି ୭୦ ସିଟରେ ଦ୍ୱିତୀୟ ଫେଜ ଅର୍ଥାତ ୧୭ ନଭେମ୍ବରରେ ଭୋଟ ହେବ ।

Get real time updates directly on you device, subscribe now.