fbpx

ବେଲୁନ୍ କ୍ରାଫ୍ଟ ମାଧ୍ୟମରେ ନୀରଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ସାହାଣୀ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଲ୍ଡେନ୍ ବୟ୍ ନୀରଜ ଚୋପାଙ୍କର ଆଜି ହେଉଛି ୨୪ତମ ଜନ୍ମଦିନ । ସେ ଆଜି ୨୪ ବର୍ଷ ଥାପିଛନ୍ତି । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ତାଙ୍କ ପ୍ରଶଂସକ ମାନେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଟୋକିଓ ଅଲିମ୍ପିକ୍ ୨୦୨୧ରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଦେଶକୁ ବିଶ୍ୱସ୍ୱରରେ ଗୌରବାନ୍ୱିତ କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଳାର ଯାନୁଗରୀ ପ୍ରିୟଙ୍କା ସାହାଣୀ ଖୁବ୍ ସୁନ୍ଦର ବେଲୁନ୍ କ୍ରାଫ୍ଟ କରି ନୀରଜଙ୍କୁ ଏକ ଅଭିନବ ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କ୍ରାଫ୍ଟ ଟିରେ ଗୋଲ୍ଡେନ୍ ବେଲୁନ୍ ର ବ୍ୟବହାର ହୋଇଛି । ଯାହାକି ଖୁବ୍ ମନୋରମ ହୋଇଛି ।

 

Get real time updates directly on you device, subscribe now.