fbpx
BSKY
BJD SHG SKY
BJD YOUTH SKY

ଦେଶରେ ଆଉ Discountରେ ମିଳିବନି Product ! ‘Dark Pattern’ ବ୍ୟବହାର ଉପରେ ବ୍ୟାନ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ମାର୍କେଟରେ ହେଉଥିବା ସ୍କାମ ଇତ୍ୟାଦିରୁ ବଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିପାଇଁ ବଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ବ୍ୟବହାର ହେଉଥିବା ଡାର୍କ ପାଟର୍ଣ୍ଣର ବ୍ୟବହାର ଉପରେ ସରକାର ରୋକ ଲଗାଇଛନ୍ତି । ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଜିନିଷ ଚୟନ କରିବାରେ ଭ୍ରମ ସୃଷ୍ଟି କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏ ନେଇ ନୋଟିଫିକେସନ୍ ଜାରି ହୋଇଛି ।

ଗତ ନଭେମ୍ବର ୩୦ ତାରିଖରେ ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି ଏହି ନୋଟିଫିକେସନ୍ ଜାରି କରିଛନ୍ତି । ଏହି ଗେଜେଟ ନୋଟିଫିକେସନ ଗୁଡ୍ସ ଆଣ୍ଡ ସର୍ଭିସ ପ୍ରଦାନ କରୁଥିବା ସମସ୍ତ ପ୍ଲାଟଫର୍ମ ଉପରେ ଲାଗୁ କରାଯାଇପାରିବ । ଏପରିକି ବିଜ୍ଞାପନଦାତା ତଥା ବିକ୍ରେତା ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ ।

କ’ଣ ଏହି ‘Dark Pattern’ ?

ଡାର୍କ ପାଟର୍ଣ୍ଣର ବ୍ୟବହାର କରି ଗ୍ରାହକଙ୍କୁ କୌଣସି ଜିନିଷ କିଣିବା ପାଇଁ ପ୍ରଲୋଭିତ କରାଯାଇଥାଏ । ଏଥିରେ ଭ୍ରମିତ କରୁଥିବା ବିଜ୍ଞାପନ ତଥା ଭୁଲ ଟ୍ରେଡିଙ୍ଗ ପ୍ରାକ୍ଟିସ ଏବଂ କଞ୍ଜୁମର୍ସ ରାଇଟ୍ସର ଉଲ୍ଲଙ୍ଘନ ଇତ୍ୟାଦି ସାମିଲ ରହିଛି । ତେବେ ଏହି ନିୟମର ଉଲ୍ଲଙ୍ଘନ କଲେ, କଞ୍ଜୁମର୍ସ ପ୍ରୋଟେକ୍ସନ ଆକ୍ଟ ଅନୁସାରେ ଜରିମାନା ଲାଗୁ ହୋଇପାରେ ।

କଞ୍ଜୁମର ଆଫାୟାର ସେକ୍ରେଟାରୀ ରୋହିତ କୁମାର ସିଂହ କହିଛନ୍ତି ଯେ, ‘ଡିଜିଟାଲ କମର୍ସ ବୃଦ୍ଧି ପାଉଥିବା ବେଳେ ଡାର୍କ ପାଟର୍ଣ୍ଣର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦ ଏବଂ ବ୍ୟବହାର ଆଧାରରେ ଭ୍ରମିତ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମ ଏହାର ବ୍ୟବହାର କରିଥାନ୍ତି । ତେବେ ନିର୍ଦ୍ଦେଶ ଅନୁସାରେ, ଏଭଳି କୌଣସି କାର୍ଯ୍ୟ ବା ୟୁଜର ଇଣ୍ଟରଫେସ ଡିଜାଇନ୍ ପାଟର୍ଣ୍ଣ ଇତ୍ୟାଦି ବ୍ୟବହାର କରି ଗ୍ରାହକଙ୍କୁ ଭ୍ରମିତ କରିବାକୁ ହିଁ ଡାର୍କ ପାଟର୍ଣ୍ଣ ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏହା ଉପରେ ସରକାର ବ୍ୟାନ୍ ଆଦେଶ ଜାରି କରିଛନ୍ତି । ନିୟମ ଉଲ୍ଲଙ୍ଘନ କରି ଏହାର ବ୍ୟବହାର କଲେ ଜରିମାନା ଲାଗୁ ହୋଇପାରେ ।

Get real time updates directly on you device, subscribe now.