fbpx

Professor of Practice ପଦବୀକୁ ମଞ୍ଜୁରୀ ଦେଲା UGC: ୟୁନିଭରସିଟି ଓ କଲେଜରେ ଦିଆଯିବ ୧୦ ପ୍ରତିଶତ ନିଯୁକ୍ତି

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ୟୁଜିସି ପକ୍ଷରୁ ପ୍ରଫେସର ଅଫ୍ ପ୍ରାକ୍ଟିସ ପଦବୀକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇଛି । ପ୍ରଫେସର ଅଫ୍ ପ୍ରାକ୍ଟିସ ହେଉଛି ଏପରି ଏକ ଫ୍ୟାକଲଟି ପଦବୀ, ଯେଉଁଥିରେ କି କୌଣସି ଫର୍ମାଲ ଆକାଡେମିକ ଯୋଗ୍ୟତାର ଆବଶ୍ୟକତା ପଡ଼ିବନି । ଇଣ୍ଡଷ୍ଟ୍ରି ଓ ପ୍ରଫେସନାଲ ଏକ୍ସପର୍ଟସଙ୍କୁ କଲେଜରେ ପଢ଼ାଇବା ପାଇଁ ଏହି ଭର୍ତ୍ତି କରାଯିବ ।

ୟୁଜିସିର ନିୟମ ମୁତାବକ, ଏକ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ପଦବୀରେ ପ୍ରଫେସର ଅଫ୍ ପ୍ରାକ୍ଟିସ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦବୀର ସର୍ବାଧିକ କାର୍ଯ୍ୟକାଳ ୪ ବର୍ଷ ରହିବ । ଏଥିପାଇଁ ପ୍ରାର୍ଥୀଙ୍କର ୧୫ ବର୍ଷର ସର୍ଭିସ ଅଭିଜ୍ଞତା ରହିବା ସହ ସାଇନ୍ସ, ଟେକ୍ନୋଲୋଜି, ସୋସିଆଲ ସାଇନ୍ସ, ମିଡ଼ିଆ ଓ ଆର୍ମଡ ଫୋସ ସେକ୍ଟରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଆବଶ୍ୟକ । ଏହିସବୁ ଯୋଗ୍ୟତା ଥିଲେ ଜଣଙ୍କୁ ପ୍ରଫେସର ଅଫ୍ ପ୍ରାକ୍ଟିସ ପଦବୀରେ ନିଯୁକ୍ତି ଦିଆଯିବ ।

ବର୍ତ୍ତମାନ ସମୟରେ ଜଣେ ରେଗୁଲାର ପ୍ରଫେସର ବା ଆସୋସିଏଟ ପ୍ରଫେସରଙ୍କ ନିଯୁକ୍ତି ପାଇଁ ପିଏଚଡିର ଆବଶ୍ୟକତା ହେଉଛି । ଏବେ ଯଦି ଜଣେ ପ୍ରାର୍ଥୀଙ୍କ ପାଖରେ ଅଧିକ ବର୍ଷର ପ୍ରଫେସନାଲ ଅଭିଜ୍ଞତା ରହିଥିବ, ତେବେ ସେ କ୍ଷେତ୍ରରେ ଫର୍ମାଲ ଆକାଡେମିକ ଯୋଗ୍ୟତା ଜରୁରୀ ହେବ ନାହିଁ । ପ୍ରଫେସର ସ୍ତରର ଫ୍ୟାକଲଟି ସଦସ୍ୟଙ୍କ ଭର୍ତ୍ତି ପାଇଁ ଜରୁରୀ ପବ୍ଲିକେସନ ଓ ଅନ୍ୟ ଯୋଗ୍ୟତା କ୍ରାଇଟେରିଆକୁ ବାଦ୍ ଦିଆଯାଇଛି । ପ୍ରାର୍ଥୀଙ୍କ ପାଖରେ ତାଙ୍କର ବିଭାଗର ଦାୟିତ୍ୱ ବହନ କରିବାର ଦକ୍ଷତା ରହିବା ଆବଶ୍ୟକ । ଏମାନେ ୟୁନିଭରସିଟି ଓ କଲେଜମାନଙ୍କରେ ଫ୍ୟାକଲଟି ରିସୋର୍ସକୁ ବୃଦ୍ଧି କରିବାରେ ସହାୟକ ହେବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.