fbpx

ପଦୋନ୍ନତି ଅଦାଲତର ଶୁଣାଣି

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୋସନ ବା ପଦୋନ୍ନତି ଅଦାଲତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଦିନ ଧରି ଚାଲିବ ଶୁଣାଣି । ଅଦାଲତରେ ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ୬ ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଦାଲତ ବସିଛି । ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୭୩ଜଣ ଅଦାଲତରେ ଉପସ୍ଥିତ ରହିଛନ୍ତି । ଅପରାହ୍ନ ୩ଟାରେ ଯୋଜନା ଓ ସଂଯୋଜନା ବିଭାଗର ଶୁଣାଣି ହେବ ।

Get real time updates directly on you device, subscribe now.