fbpx

ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ଜାନୁଆରିରେ ୩ଥର ବସିବ ପ୍ରମୋସନ ଅଦାଲତ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବ । ଯୋଗ୍ୟ କର୍ମଚାରୀମାନେ ପ୍ରମୋସନ ଅଦାଲତରେ ଆବେଦନ କରିପାରିବେ । ଜାନୁଆରି ୨୮, ୨୯ଓ ୩୧ରେ ପ୍ରମୋସନ ଅଦାଲତ ବସିବ । ପ୍ରମୋସନରୁ ବଞ୍ଚିତ କର୍ମଚାରୀ ୨୩ସୁଦ୍ଧା ଆବେଦନ ପାଇଁ ଅନୁରୋଧ କରାଯାଇଛି । [email protected]ଏହି ଇମେଲ ଯୋଗେ କର୍ମଚାରୀମାନେ ଆବେଦନ କରିପାରିବେ । ୬ଟି ସ୍ଥାନରେ ୬ଜଣ ବରିଷ୍ଠ ଆଇଏଏସ ଅଫିସର ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ । ଗୋପବନ୍ଧୁ ଏକାଡ଼େମିରେ ଶୁଣାଣି କରିବେ ଆଇଏଏସ ସୁରେଶ ମହାପାତ୍ର । ସେହିପରି କୃଷି ଭବନରେ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର ଶୁଣାଣି କରିବେ । କଳିଙ୍ଗ ଷ୍ଟାଡ଼ିଅମରେ ଶୁଣାଣି କରିବେ ଆଇଏଏସ ଆର.କେ.ଶର୍ମା । ଏସଆଇଆରଡ଼ି କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ ପ୍ରଦୀପ ଜେନା । ଇଡ଼କୋ କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ ମୋନା ଶର୍ମା ।

Get real time updates directly on you device, subscribe now.