fbpx

ଟ୍ରେନ ଲାଇନଚ୍ୟୁତ, ୧୦ଗୁରୁତର ଓ ୪୦ରୁ ଅଧିକ ଆହତ

କଟକ, ୧୬ା୧(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି । ଘନ କୁହୁଡ଼ି ପାଇଁ ମାଲଗାଡ଼ି ସହ ଧକ୍କା ପରେ ଲାଇନଚ୍ୟୁତ ହୋଇଯାଇଥିଲା । ୭ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ କଟକ ସ୍ଥିତ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ, ୨ମହିଳା ଓ ୩ଜଣ ଶିଶୁ ରହିଛନ୍ତି । ଜଣେ ଯାତ୍ରୀଙ୍କ ମୁଣ୍ଡ, ଆଖି ଓ ଗୋଡ଼ରେ ଆଘାତ ଲାଗିଛି । ଏସିସିବି ପକ୍ଷରୁ ଅସ୍ଥିଶଲ୍ୟ, ସର୍ଜରୀ ଓ ମେଡ଼ିସିନ ଟିମର ମିଳିତ ଉଦ୍ୟମରେ ଚିକିତ୍ସା ଚାଲିଛି ।
ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି ରେଳ ବିଭାଗ । ସେହିପରି କଟକ-୦୬୭୧୧୦୭୨, ଖୋର୍ଦ୍ଧା ରୋଡ଼୍- ୦୬୭୪୧୦୭୨, ପୁରୀ-୦୬୭୫୨୧୦୭୨, ଭୁବନେଶ୍ୱର ହେଡ଼୍ କ୍ୱାଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨ ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛି ରେଲୱେ । ଆହତ ଯାତ୍ରୀଙ୍କ ଉଦ୍ଧାର ପାଇଁ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛି ରେଲୱେ ।

Get real time updates directly on you device, subscribe now.