fbpx

ଦୁର୍ଘଟଣା ପରେ ବଦଳିଲା ୫ଟି ଟ୍ରେନର ଗତିପଥ

କଟକ, ୧୬ା୧(ଓଡ଼ିଶା ଭାସ୍କର): ଟ୍ରେନ ଦୁର୍ଘଟଣା ପରେ ଆଜି ୫ଟି ଟ୍ରେନର ଗତି ପଥରେ ପରିବର୍ତ୍ତନ କରାଯାଇଛି । ନିର୍ଗୁଣ୍ଡି ଦେଇ ଯିବାକୁ ଥିବା ଟ୍ରେନ ନରାଜ ଦେଇ ଯିବ । ଭୁବନେଶ୍ୱର-ଲୋକମାନ୍ୟ ତିଲକ ଏକ୍ସପ୍ରେସ ନରାଜ ଦେଇ ଯିବ । ଦୁର୍ଗ-ପୁରୀ ଏକ୍ସପ୍ରେସ, ପୁରୀ-ରାଉରକେଲା ନରାଜ ଦେଇ ଯିବ । ସେହିପରି ଧାନବାଦ-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ ନରାଜ ଦେଇ ଯିବ । ତାଳଚେର-ପୁରୀ ମେମୁ ଟ୍ରେନ ନରାଜ ଦେଇ ଯିବ ।


ଉଲ୍ଲେଖଯୋଗ୍ୟ ଯେ କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି । ଘନ କୁହୁଡ଼ି ପାଇଁ ମାଲଗାଡ଼ି ସହ ଧକ୍କା ପରେ ଲାଇନଚ୍ୟୁତ ହୋଇଯାଇଥିଲା । ୭ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି ।

Get real time updates directly on you device, subscribe now.