fbpx

ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ, ୧୬ା୧(ଓଡ଼ିଶା ଭାସ୍କର): ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହା ସାମାନ୍ୟ ନୁହେଁ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ଏହାସହ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳବାଇ ମୁଖ୍ୟ ପିଆରଓ ।

ଉଲ୍ଲେଖଯୋଗ୍ୟ ଯେ କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି । ଘନ କୁହୁଡ଼ି ପାଇଁ ମାଲଗାଡ଼ି ସହ ଧକ୍କା ପରେ ଲାଇନଚ୍ୟୁତ ହୋଇଯାଇଥିଲା । ୭ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି ।

Get real time updates directly on you device, subscribe now.