fbpx

୫ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ୫ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି । ଗଞ୍ଜାମ ସିଡିଏମଓ ବିଜୟ ପାଣିଗ୍ରାହୀଙ୍କୁ ସ୍ୱାସ୍ଥ୍ୟ ବୈଷୟିକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଫେବ୍ରୁଆରୀ ୧ରୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ହେବେ ବିଜୟ । ବର୍ତ୍ତମାନର ନିର୍ଦ୍ଦେଶକ ସମୀର ଦାସ ଜାନୁଆରୀ୩୧ରେ ଅବସର ନେବେ ।

ସେହିପରି ଡାକ୍ତର ବିଜୟ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଦିଆଯାଇଛି । ଡାକ୍ତର ପ୍ରଦୀପ ମହାପାତ୍ର ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ହୋଇଛନ୍ତି । ଡାକ୍ତର ଦୀନବନ୍ଧୁ ପଣ୍ଡା ଆରଜିଏଚର ନିର୍ଦ୍ଦେଶକ ହୋଇଛନ୍ତି । କଳାହାଣ୍ଡି ସିଡିଏମଓ ବନଲତା ଦେବୀ ସ୍ୱାସ୍ଥ୍ୟ ବୈଷୟିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ ।

Get real time updates directly on you device, subscribe now.