fbpx
BSKY
BJD SHG SKY
BJD MC SKY

ମୁୁମ୍ବାଇରେ ମାତ୍ର ୪,୩୦୦ଟଙ୍କାରେ ମିଳୁଛି 2 BHK  ଫ୍ଲାଟ୍‌, ଆଖପାଖରେ ରହୁଛନ୍ତି ବଲିଉଡ୍ ଷ୍ଟାର

ମୁମ୍ବାଇ: ମହାନଗରରେ ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥାଏ ଘରଭଡାରେ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ଚେନ୍ନାଇ କଥା ତ ନ କହିବା ଭଲ । ଛୋଟ ଛୋଟ ସହରରେ ବି ମାସିକ ଘରଭଡା ୨୦ରୁ ୩୦ ଛୁଇଁଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୁମ୍ବାଇରେ 2 BHK ଫ୍ଲାଟ୍ ମାତ୍ର ୪,୩୦୦ଟଙ୍କାରେ ଭଡା ଦିଆଯାଉଛି । ହଁ ଆପଣ ଯାହା ଶୁଣିଲେ ତାହା ସଂପୂର୍ଣ୍ଣ ସତ ।

ମନିକଣ୍ଟ୍ରୋଲର ଏକ ରିପୋର୍ଟରେ ମୁମ୍ବାଇର ଏହି ସବୁଠାରୁ ଶସ୍ତା ଆପାର୍ଟମେଣ୍ଟ ବିଷୟରେ କୁହାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ଫ୍ଲାଟ ମୁମ୍ବାଇର ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରହିଛି । ସାଧାରଣତଃ ମୁମ୍ବାଇରେ ଘର ଭଡା ନେଇ ରହିବା କଥା ଶୁଣିଲେ ଦେହରୁ ଝାଳ ବାହାରିଯାଏ । ଏପରି ସ୍ଥିତିରେ ମାତ୍ର ୪,୩୦୦ଟଙ୍କାରେ 2 BHK ଘର ମିଳିବା ନିଶ୍ଚିନ୍ତ ଭାବରେ ଏକ ବହୁତ ବଡ ଖବର ।

ଏହି 2 BHK ଫ୍ଲାଟ ରହିଛି ମୁମ୍ବାଇର ଦାଦରରେ । ଏହି ଘର ପାରସୀ କଲୋନୀରେ ରହିଛି । ଏହି ଘରେ ଭଡାରେ ରହୁଥିବା ବ୍ୟକ୍ତି କହିଛନ୍ତି କି ସେ ସେଠାରେ ୩୦ ବର୍ଷ ହେବ ରହି ଆସୁଛନ୍ତି । ୧୩୦୦୦ ବର୍ଗଫୁଟ୍ ସାଇଜର ଏହି ଘରର ଭଡା ରହିଛି ୪୩୦୦ଟଙ୍କା । ପାରସୀ କଲୋନୀ ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଏକ ପୂର୍ଣ୍ଣ ବିକଶିତ ସ୍ଥାନ । ଏହା ମୁମ୍ବାଇର ଏକ ପ୍ରମୁଖ ସ୍ଥାନ । ଏଠାରୁ ବଡାଲା ରୋଡ୍ ଓ ଦାଦର ରେଳଷ୍ଟେସନ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ । ଏହା ବ୍ୟତିତ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ମାତ୍ର ୧୪ କିଲୋମିଟର ଦୂରରେ ଅବସ୍ଥିତ ।

ଫ୍ଲାଟରେ ରହୁଥିବା ବ୍ୟକ୍ତି କହିଛନ୍ତି ତାଙ୍କୁ ଭଡାରେ ଏହି ଫ୍ଲାଟ ପାରସୀ ପଞ୍ଚାୟତ ଠାରୁ ମିଳିଛି । ପାରସୀ ପଞ୍ଚାୟତ ଏକ ଲାଭକାରୀ ସଂସ୍ଥା ନୁହେଁ ବରଂ ଏହା ଅସହାୟ ଲୋକଙ୍କ ସହାୟତା କରିବା ଦିଗରେ କାର୍ଯ୍ୟ କରିଥାଏ । ଏହି କାରଣରୁ ତାଙ୍କୁ ଏହି ଘର ଏତେ କମ୍ ଦାମ୍‌ରେ ମିଳିଛି ।

Get real time updates directly on you device, subscribe now.