fbpx

କ୍ରେଡ଼ିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ଆଣିଲା HDFC ବ୍ୟାଙ୍କ

ଐଊୠଉ ବ୍ୟାଙ୍କ ତରଫରୁ ନୂଆ ନିୟମ ଜାରି କରାଯାଇଛି । HDFC ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । HDFC ବ୍ୟାଙ୍କ ତରଫରରୁ ଡିସେମ୍ବର ପହିଲାରୁ କ୍ରେଡ଼ିଟ୍ କାର୍ଡ଼ ସମ୍ବନ୍ଧୀୟ ନୂତନ ନିୟମ ପରିବର୍ତ୍ତନ କରିଛି । ଏହି ନିୟମ ଏଚ୍ଡିଏଫ୍ସି ବ୍ୟାଙ୍କର ରେଗାଲିଆ ଏବଂ ମିଲେନିଆ କ୍ରେଡ଼ିଟ୍ କାର୍ଡ଼
ଉପରେ ଲାଗୁ ହେବ ।
HDFC ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଏହି ନୂତନ ନିୟମ ଅନୁଯାୟୀ ଆପଣଙ୍କ ଲାଉଞ୍ଜ ଆକ୍ସେସ୍ କ୍ରେଡ଼ିଟ୍ କାର୍ଡ଼ରେ ହେଉଥିବା ଖର୍ଚ୍ଚ ଉପରେ ଆଧାରିତ ହେବ । ଅଲଗା ଅଲଗା ଏୟାରପୋର୍ଟ ଲାଉଞ୍ଜରେ ପହଞ୍ଚିବା ପାଇଁ ଆପଣ ରେଗାଲିଆ ଏବଂ ମିଲେନିଆ କ୍ରେଡ଼ିଟ୍ କାର୍ଡ଼ ମଧ୍ୟରୁ କୌଣସି ଗୋଟିଏ ବ୍ୟବହାର କରୁଥିଲେ ତ୍ରୈମାସିକ ଆଧାରରେ ଅତି କମରେ ୧ ଲକ୍ଷ ଟଙ୍କା ବା ତା’ ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ଏଚ୍ଡ଼ିଏଫ୍ସି ମିଲେନିଆ କ୍ରେଡ଼ିଟ୍ କାର୍ଡ଼ ଗ୍ରାହକମାନଙ୍କୁ ମିଲେନିଆ ମାଇଲଷ୍ଟୋନ ପେଜ୍ର ଲିଙ୍କ ଖୋଲିବାକୁ ପଡ଼ିବ । ଏହି ଲିଙ୍କ ଖୋଲିବା ମାତ୍ରେ ଏକ ଏସ୍ଏମ୍ଏସ୍ ମିଳିବ । ଏହା ମାଧ୍ୟମରେ ଆପଣ ଲାଉଞ୍ଜ ଏକ୍ସେସ୍ ଭାଉଚର ସିଲେକ୍ଟ କରିପାରିବେ । ରେଗାଲିଆ କ୍ରେଡ଼ିଟ୍ କାର୍ଡ଼ କଷ୍ଟମର ଲାଉଞ୍ଜ ପର୍ଯ୍ୟନ୍ତ ଯିବାକୁ ହେଲେ ପ୍ରଥମେ ଏଚ୍ଡ଼ିଏଫସି କ୍ରେଡ଼ିଟ୍ କାର୍ଡ଼ ସମ୍ବନ୍ଧୀୟ ଔପଚାରିକତା ଶେଷ କରିବା ପରେ ରେୟଗାଲିଆ Smart Buy ପେଜ୍ ଖୋଲିବା ପରେ ଲାଉଞ୍ଜ ବେନିଫିଟ୍ ତା ପରେ ଲାଉଞ୍ଜ ଏକ୍ସପ୍ରେସ୍ ଭାଉଚର ଉପରେ କ୍ଲିକ୍ କରନ୍ତୁ । ଆପଣ ଚାହିଁଲେ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଖର୍ଚ୍ଚ ଲିମିଟ୍ ଅପସନ୍ ସିଲେକ୍ଟ କରିପାରିବେ ।
ଅଧିକ ସୂଚନା ପାଇଁ ନିକଟସ୍ଥ HDFC ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.