fbpx
BJD
BJD SKY
BJD SKY

କିଏ ସୌରମଣ୍ଡଳର ସବୁଠାରୁ ଥଣ୍ଡା ସ୍ଥାନ? ଏଠାକାର ତାପମାତ୍ରା କେତେ? ଜାଣନ୍ତୁ ଏହା ବିଷୟରେ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଶୀତଦିନ ଆରମ୍ଭ ହୋଇଯାଇଛି । ଶୀତ ଲହରୀରେ ଥରିଯାଉଛି ସାରା ଭାରତ । ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ବରଫପାତ ମଧ୍ୟ ଆରମ୍ଭ ହୋଇଗଲାଣି । ଫଳରେ ନିକଟସ୍ଥ ଅଞ୍ଚଳରେ ପାରଦ ତଳମୁହାଁ ହୋଇଛି । ତେବେ ପାହାଡ଼ି ଅଞ୍ଚଳରେ ତାପମାତ୍ରା ଶୂନଡିଗ୍ରୀରୁ କମ୍ ହେଲେ ଏହାକୁ ସହିବା କଷ୍ଟକର ହୋଇପଡ଼େ । ତେବେ ଆପଣ ଜାଣିଛନ୍ତି ବିଶ୍ୱବ୍ରହ୍ମାଣ୍ଡର ସବୁଠାରୁ ଥଣ୍ଡା ସ୍ଥାନ କେଉଁଠି ଅଛି? ଏଠାକାର ତାପମାତ୍ରା କେତେ ଥାଏ?

ପୃଥିବୀ ପରି ଆମ ସୌରମଣ୍ଡଳରେ ମଧ୍ୟ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ସମୟ ସମୟରେ ତାପମାତ୍ରା ଖୁବ ତଳକୁ ଖସିଯାଏ । ଅନେକ ସମୟରେ ଏଠାରେ ଥଣ୍ଡା ଏତେ ବଢିଯାଏ ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ଏଠାରେ କିଛି ସେକେଣ୍ଡ ପାଇଁ ଛାଡ଼ି ଦିଆଯାଏ, ତେବେ ସେ ବରଫ ପାଲଟିଯିବେ ।

ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁସାରେ, ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକାରେ ଅବସ୍ଥିତ । ଏହାର ନାମ ହେଉଛି ‘ଇଷ୍ଟ ଆଣ୍ଟର୍କାଟିକା ପ୍ଲେଟୁ’ । ଏହି ସ୍ଥାନର ତାପମାତ୍ରା ମାଇନସ୍ ୯୮ ଡିଗ୍ରୀ(-୯୮ଡିଗ୍ରୀ)ସେଲସିୟସ ପର୍ଯ୍ୟନ୍ତ ଖସିଯାଇଥାଏ । ଆଣ୍ଟାର୍କାଟିକା ଆଇସ ସିଟ୍ ର ଏକ ରିଜରେ ହୋଇଥିବା ସାଟେଲାଇଟ ଡାଟାକୁ ଯାଞ୍ଚ କରି ଏହି ତଥ୍ୟ ହାସଲ କରିଛନ୍ତି ଅନୁସନ୍ଧାନକାରୀ । ଏଠାରେ ପ୍ରଥମେ ମାଇନସ୍ ୯୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ସ୍ୱଚ୍ଛ ପରିବେଶ ଏବଂ ପବନ ପାଇଁ ଏଠାରେ ତାପମାତ୍ରା ହ୍ରାସ ପାଇଥାଏ ।

ସୌରଜଗତରେ ଥିବା ଗ୍ରହମାନଙ୍କୁ ସୂର୍ଯ୍ୟଙ୍କ ଦ୍ୱାରା ଉତ୍ତାପ ମିଳିଥାଏ । ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ୧୦ କୋଟି ମିଲ୍ ରୁ ଅଧିକ ରହିଛି । ତେଣୁ ସୂର୍ଯ୍ୟରୁ ପୃଥିବୀର ଦୂରତା ଅନୁସାରେ, ଆମକୁ ବଞ୍ଚିବା ପାଇଁ ତାପମାତ୍ରା ମିଳିପାରେ । ତେବେ ସୌରମଣ୍ଡଳର ସବୁଠାରୁ ଥଣ୍ଡା ସ୍ଥାନ ବିଷୟରେ ପଚାରିଲେ ଲୋକେ ନେପଚୁନ ବା ବରୁଣ ଗ୍ରହକୁ କୁହାଯାଏ । ଏହା ସୋଲାର ସିଷ୍ଟମର ସବୁଠାରୁ ଶେଷ ଗ୍ରହ ହୋଇଥିବାରୁ ଏଠାରେ ଖୁବ ଥଣ୍ଡା ବୋଲି କୁହାଯାଏ । କିନ୍ତୁ ଏହା ଭୁଲ ।

ପ୍ରକୃତରେ ସୌରମଣ୍ଡଳରେ ସବୁଠାରୁ ଥଣ୍ଡା ଗ୍ରହ ହେଉଛି ୟୁରେନ୍ସ ବା ଅରୁଣ ଗ୍ରହ । ସୌରମଣ୍ଡଳ ସବୁଠାରୁ ଥଣ୍ଡା ଗ୍ରହ ଭାବରେ ୟୁରେନ୍ସର ତାପମାତ୍ରା ହିଁ ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ମାଇନସ ୨୨୪ ଡିଗ୍ରୀ(-୨୨୪ଡିଗ୍ରୀ) ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିବା ରେକର୍ଡ ରହିଛି । ତେବେ ପୃଥିବୀର ସବୁଠାରୁ ଥଣ୍ଡା ଜାଗା ସହ ଏହାକୁ ତୁଳନା କଲେ ୟୁରେନ୍ସର ତାପମାତ୍ରା (ଇଷ୍ଟ ଆଣ୍ଟାର୍କଟିକା ପ୍ଲେଟୁ)ତାପମାତ୍ରାର ଦୁଇଗୁଣରୁ ଅଧିକ ହେବ ।

Get real time updates directly on you device, subscribe now.