fbpx

ହସ୍ପିଟାଲରେ ବନ୍ଦ ରହିବ ସେବା, ଡାକ୍ତରଙ୍କ ୨୪ ଘଣ୍ଟିଆ ଧର୍ମଘଟ ଡାକରା, IMA କଲା ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ଗୁରୁବାର ରାତିରେ ଘୋଷଣା କରିଛି ଯେ, ୧୭ ଅଗଷ୍ଟରେ ୨୪ ଘଣ୍ଟା ପାଇଁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ। ଆଇଏମଏର କହିବାନୁଯାୟୀ, କୋଲକାତାର ଆରଜୀ କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ, ହତ୍ୟା ଏବଂ ସ୍ୱାଧୀନତା ଦିବସର ସଂଧ୍ୟାରେ ବିକ୍ଷୋଭକାରୀ ଡାକ୍ତରଙ୍କ ସହ କରାଯାଇଥିବା ଆଚରଣ ବିରୋଧରେ ୧୭ ଅଗଷ୍ଟରେ ଡାକ୍ତରମାନେ ଦେଶବ୍ୟାପୀ ଧର୍ମଘଟ ପାଇଁ ଯିବେ। ଏହାର ପ୍ରଭାବ ମେଡିକାଲ ସେବା ଗୁଡିକ ଉପରେ ପଡିବ।

ଆଇଏମଏ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମଡର୍ନ ମେଡିସିନର ଡାକ୍ତରମାନେ ୧୭ ଅଗଷ୍ଟ ସକାଳ ୬ଟାରୁ ୧୮ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ନିଜର ସେବାକୁ ବନ୍ଦ ରଖିବେ, ଅର୍ଥାତ ଚିକିତ୍ସା କରିବେ ନାହିଁ। ଏହାରି ମଧ୍ୟରେ ରୋଗୀଙ୍କୁ କେବଳ ଆବଶ୍ୟକୀୟ ସେବା ପ୍ରଦାନ କରାଯିବ। କୋଲକାତାର ମେଡିକାଲ କଲେଜରେ ହୋଇଥିବା ଦୁଷ୍କର୍ମ-ହତ୍ୟା ମାମଲାକୁ ନେଇ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ରାଜଧାନୀରେ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ମହିଳାମାନେ ରାଜରାସ୍ତାରେ ଓହ୍ଲାଇ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

Get real time updates directly on you device, subscribe now.