fbpx
BSKY
BJD MC SKY
BJD YOUTH SKY

EPFO ସଦସ୍ୟଙ୍କ ପାଇଁ ବଡ଼ ଖବର, ୨୦୨୨-୨୩ ବର୍ଷ ପାଇଁ ବଢିଲା ସୁଧହାର

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଦସ୍ୟମାନଙ୍କ ପାଇଁ ଖୁସି ଖବର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୦.୫ ପ୍ରତିଶତ ବୃଦ୍ଧି ପାଇ ୮.୧୫% ହୋଇଛି । ଆଜି ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ ବୈଠକ ବସିଥିଲା । ଯେଉଁଠାରେ ଏହି ନିଷ୍ପତି ହୋଇଛି । ଏହା ପୁର୍ବରୁ ୨୦୨୧-୨୨ ବର୍ଷ ପାଇଁ ଇପିଏଫ୍‌ଓ ଏହାର ସଦସ୍ୟ ମାନଙ୍କୁ ଇପିଏଫ୍ ଜମାରେ ୮.୧% ସୁଧ ଦେଉଥିଲା । ଯାହା ଗତ ଚାରି ଦସନ୍ଧୀ ମଧ୍ୟରେ ସର୍ବନିମ୍ନ ସୁଧହାର ଥିଲା ।

ତେବେ ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ(ସିବିଟି)ର ଏହି ନିଷ୍ପତିକୁ କେନ୍ଦ୍ର ଅର୍ଥମନ୍ତ୍ରଳାୟ ନିକଟକୁ ପଠାଯିବ । ପରେ କେନ୍ଦ୍ର ସରକାର ଏହାର ସମିକ୍ଷା କରି ଚୂଡ଼ାନ୍ତ ନିଷ୍ପତି ନେବେ । ଯାହା ଇପିଏଫ୍‌ଓରେ ଥିବା ୫ କୋଟିରୁ ଉର୍ଦ୍ଧ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବ । ତେଣୁ ସରକାରଙ୍କ ନିଷ୍ପତି ପରେ ହିଁ ଇପିଏଫ୍‌ଓ ଏହି ସୁଧହାର ପ୍ରଦାନ କରିବ ।

ମାର୍ଚ୍ଚ ୨୦୨୦ ରେ, ଇପିଏଫ୍ଓ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ୮.୫ ପ୍ରତିଶତକୁ ହ୍ରାସ କରିଥିଲା। ଏହାପୂର୍ବରୁ ୨୦୧୮-୧୯ ବର୍ଷ ପାଇଁ ୮.୬୫ ହାରରେ ସୁଦ୍ଧା ପ୍ରଦାନ କରାଯାଇଥିଲା। ସେହିଭଳି ଇପିଏଫଓ ଏହାର ଗ୍ରାହକମାନଙ୍କୁ ୨୦୧୬-୧୭ ରେ ୮.୬ ପ୍ରତିଶତ ସୁଧ ପ୍ରଦାନ କରିଥିଲା। ସେହିପରି ଇପିଏଫ୍ଓ ୨୦୧୩-୧୪ ଏବଂ ୨୦୧୪-୧୫ ରେ ୮.୭୫ ପ୍ରତିଶତ ସୁଧ ହାର ଦେଇଥିଲା, ଯାହା ୨୦୧୨-୧୩ ପାଇଁ ୮.୫ ପ୍ରତିଶତରୁ ଅଧିକ ଥିଲା।

Get real time updates directly on you device, subscribe now.