fbpx

ଅନ୍ୟ ଏକ ବଡ କମ୍ପାନୀ କଲା ଛଟେଇର ଘୋଷଣା, ଏହି ସପ୍ତାହରେ ଯିବ ୭୦୦୦ କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ମେଟା, ଆମାଜୋନ ଏବଂ ଗୁଗୁଲ ପରି ବଡ ବଡ କମ୍ପାନୀ ଛଟେଇ କରିବା ପରେ ବର୍ତ୍ତମାନ ଡିଜ୍ନୀ ମଧ୍ୟ ଛଟେଇ କରିବାର ଘୋଷଣା କରିଛି । କମ୍ପାନୀ କହିଛି ଯେ, ସେ କର୍ପୋରେଟ ଖର୍ଚ୍ଚକୁ କମ କରିବା ଏବଂ ଫ୍ରୀ କ୍ୟାସ ଫ୍ଲୋ କୁ ବଢାଇବା ପାଇଁ ଏହି ସପ୍ତାହରେ ଛଟେଇର ତାଲିକା ପ୍ରସ୍ତୁତ କରୁଛି । ଡିଜ୍ନୀର ମିଡିଆ ଏବଂ ଡିସ୍ଟିବ୍ୟୁସନ ଡିଭିଜନ, ପାର୍କ ଏଣ୍ଡ ରିଷ୍ଟାଟର୍ସ ଏବଂ ଇଏସପିଏନ ଛଟେଇରେ ପ୍ରଭାବିତ ହେବେ ।

ଡିଜ୍ନୀ ଦାବି କରିଛି ଯେ, ଚାକିରିର ଛଟେଇରେ କମ୍ପାନୀକୁ ୫.୫ ଆରବ ଡଲାରର ଲଗାତାର କଟିବା ପାଇଁ ସାହାଯ୍ୟ ମିଳିବ । ସିଏନବିସି ମୁତାବକ ଡିଜ୍ନୀର ସିଇଓ ବାବ୍ ଇଗର କହିଛନ୍ତି ଯେ, ଏହା ଛଟେଇର ଦ୍ୱିତୀୟ ଏବଂ ବହୁତ ବଡ ହେବ । ଏପ୍ରିଲ ମାସରେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବା ପାଇଁ ସୂଚୀତ କରାଯିବ । ଗ୍ରୀଷ୍ମ ଆସିବା ପୂର୍ବରୁ ତୃତୀୟ ଏବଂ ଅନ୍ତିମ ଅଧିସୂଚନାର ଆଶା ରହିଛି ।

ଏକ ମଏମୋରେ ଡିଜ୍ନୀର କର୍ମଚାରୀ ମାନଙ୍କୁ ଇଗର ଲେଖିଛନ୍ତି ଯେ, ‘ ଆମେ କମ୍ପାନୀର ରଣନୀତିକ ପୂର୍ଣ୍ଣଗଠନ ପାଇଁ ପାଖାପାଖି ୭,୦୦୦ ଚାକିରିକୁ ସମଗ୍ର କାର୍ଯ୍ୟବଳରୁ କମ କରିବାକୁ କଠିନ ନିର୍ଣ୍ଣୟ ନିଆଯାଇଛି । ଯେଉଁଥିରେ ଅଧିକ ପ୍ରାଭାବଶାଳୀ ହେବା ପାଇଁ ଆବଶ୍ୟକ ମହତ୍ତ୍ୱ ପୂର୍ଣ୍ଣ ଉପାୟ ସାମିଲ ଅଛି ।’

 

Get real time updates directly on you device, subscribe now.