fbpx

କେଶ ଓ ତ୍ୱଚା ପାଇଁ ଆପଣାନ୍ତୁ କଖାରୁ

ଯେକୌଣସି ମିକ୍ସ ତରକାରୀ ବା ଘାଣ୍ଟରେ କଖାରୁର ବ୍ୟବହାର ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଥିରୁ ଆପଣଙ୍କର କେଶ ଓ ତ୍ୱଚା କେତେ ଫାଇଦା ରହିଛି ? ରୋଷେଇ କରିବା ବ୍ୟତୀତ କଖାରୁର ଏପରି ୪ଟି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା କେଶ ଠାରୁ ତ୍ୱଚା ସବୁ ପାଇଁ ବେଶ ଚମତ୍କାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା..

– କଖାରୁରେ ଥିବା ଭିଟାମିନ ଏ, ସି, ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମୁହଁରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ। ମୁହଁର ସୁନ୍ଦରତା ମଧ୍ୟ ବଜାୟ ରଖିଥାଏ।

– କଖାରୁ ତେଲରେ ପୋଟାସିୟମ, ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଭିଟାମିନ ଏ , କେ, ଭରପୁର ମାତ୍ରାରେ ରହିଛି। ତେଣୁ ଏହା କେଶ ପାଇଁ ବେଶ ଉପକାରୀ।

– ଯେଉଁମାନଙ୍କ କେଶ ଅଧିକ ଶଷ୍କ ସେମାନେ ଏକ କପ କଖାରୁ (କୋରା ହୋଇଥିବା), ୧ ଚାମଚ ନଡ଼ିଆ ତେଲ, ଦହି , ଅଳ୍ପ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସାମ୍ପୁ କରିବା ପରେ ଏହି ପେଷ୍ଟକୁ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।

– କଖାରୁରେ ଥିବା ଜିଙ୍କ ଓ ଭିଟାମିନ ତ୍ୱଚାର ଦାଗ ଦୂର କରିବା ସହ ବ୍ରଣ ହେବାକୁ ଦେଇନଥାଏ।

Get real time updates directly on you device, subscribe now.