fbpx

ଯେଉଁ ବୟସରେ ପିତା ଦେଶ ପାଇଁ ସହିଦ ହୋଇଥିଲେ, ପୁଅ ମଧ୍ୟ ସେହି ବୟସରେ ଭାରତ ମା ପାଇଁ ଦେଲେ ଜୀବନ

AAKASH

ଚଣ୍ଡୀଗଡ: ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ଦେଶର ୫ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ଭାରତୀୟ ସେନାର ଏହି ସହୀଦମାନଙ୍କ ଭିତରେ ଅଛନ୍ତି ଯବାନ ଲାନ୍ସନାୟକ କୁଲୱନ୍ତ ସିଂହ । ପଞ୍ଜାବର ମୋଗା ଜିଲ୍ଲା ଚରିକ ଗାଁର କୁଲୱନ୍ତ ଆଜି ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦେଇଛନ୍ତି । କିନ୍ତୁ କୁଲୱନ୍ତଙ୍କ ଜୀବନର ମୁଖ୍ୟ ଆଦର୍ଶ ଥିଲେ ତାଙ୍କ ବାପା ହାବିଲଦାର ବଳଦେବ ସିଂହ । ବୋଧହୁଏ ତାଙ୍କରି ଆଦର୍ଶରେ ସେନାର ମୁକୁଟ ପିନ୍ଧିଥିଲେ କୁଲୱନ୍ତ । ସେଥିପାଇଁ ତ ବାପାଙ୍କ ଭଳି ସମାନ ରେଜିମେଣ୍ଟରେ ଏକା ବୟସରେ ଦେଶ ପାଇଁ ସହିଦ ହୋଇଛନ୍ତି ବୀର ଯବାନ ।

ସହୀଦ କୁଲୱନ୍ତ ସିଂହ, ସହୀଦ ହାବିଲଦାର ବଳଦେବ ସିଂହଙ୍କ ବୀର ସନ୍ତାନ । ବଳଦେବ ସିଂହ ମଧ୍ୟ ଭାରତୀୟ ସେନାର ଜଣେ ବୀର ଯବାନ ରହିଛନ୍ତି । ପ୍ରାୟ ୩୨ ବର୍ଷ ପୂର୍ବେ କାର୍ଗିଲ ସେକ୍ଟରରେ ସେବା କରୁଥିବା ବେଳେ ଦେଶ ପାଇଁ ଜୀବନ ଦେଇଥିଲେ ହାବିଲଦାର ବଳଦେବ ସିଂହ । ଆଉ ଆଜି ପରିବାର ପାଖରୁ କୁଲୱନ୍ତଙ୍କୁ ମଧ୍ୟ ଛଡାଇ ନେଇଛନ୍ତି ଆତଙ୍କବାଦୀ । ଉଭୟ ଦେଶ ପାଇଁ ସେବା କରିବା ବେଳେ ସହିଦ ହୋଇଛନ୍ତି । ତେବେ ଏହି ସହୀଦ ପିତା-ପୁତ୍ରଙ୍କ ମଧ୍ୟରେ କିଛିଟା ସାମଞ୍ଜସ୍ୟ ରହିଛି । ଉଭୟ ସେନାରେ ରହିଥିଲେ, ଉଭୟ ଦେଶ ପାଇଁ ଲଢି ସହୀଦ ହୋଇଛନ୍ତି ଏବଂ ବାପାଙ୍କ ସ୍ଥାନ ସିଖ ଲାଇଟ ଇନଫେଙ୍କଟ୍ରିର ସଦସ୍ୟ ରହିଥିଲେ । ବାପାଙ୍କ ମୃତ୍ୟୁ ବେଳକୁ କୁଲୱନ୍ତ ମାତ୍ର ଦେଢ ବର୍ଷ ବୟସର ହୋଇଥିଲେ । ପିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ କୁଲୱନ୍ତଙ୍କ ମାଙ୍କୁ ଦ୍ୱିତୀୟ ବିବାହ କରାଇ ଦେଇଥିଲେ ।

ଚାରିକ ଗାଁରେ ଦ୍ୱିତୀୟ ବିବାହ କରିଥିଲେ କୁଲୱନ୍ତଙ୍କ ମା । କୁଲୱନ୍ତ ବାପାଙ୍କ ଆଦର୍ଶକୁ ବାଛି ନେଇଥିଲେ ଏବଂ ରେଜିମେଣ୍ଟରେ ସାମିଲ ହୋଇଗଲେ । କିନ୍ତୁ ଯେଉଁ ବୟସରେ ପିତା ଦେଶ ପାଇଁ ଜୀବନ ଦେଇଥିଲେ, ପୁଅ କୁଲୱନ୍ତ ମଧ୍ୟ ଠିକ୍ ସେହି ବୟସରେ ସହୀଦ ହୋଇ ଯାଇଛନ୍ତି । ଏହାକୁ ସଂଯୋଗ କୁହାଯିବ ନା ବିଡମ୍ବନା? କୁଲୱନ୍ତଙ୍କ ସହୀଦ ଖକବର ରାତାରାତି ସାରା ଗାଁରେ ବ୍ୟାପି ଯାଇଥିଲା । ଆଉ ଅଧ ରାତିରେ କାନ୍ଦି ଉଠିଥିଲା ସାରା ଗାଁ । ଆଜି କୁଲୱନ୍ତଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ‘କୁଲୱନ୍ତ ସିଂହ ଅମର ରହେ’ ନାରାରେ ପ୍ରକମ୍ପିତ ହୋଇ ଉଠୁଛି ଚାରିକା ଗାଁ ।

Get real time updates directly on you device, subscribe now.