fbpx
BJD SKY
BJD SKY

ଏଫ୍‌ଡି ଉପରେ ଏହି ବ୍ୟାଙ୍କ ଦେଉଛି ଜୋରଦାର ଲାଭ, ମାତ୍ର ଦୁଇ ବର୍ଷରେ ମିଳିବ ଏତେ ରିଟର୍ଣ୍ଣ !

BJD

ନୂଆଦିଲ୍ଲୀ : ଘରୋଇ ବ୍ୟାଙ୍କ ଆକ୍ସିସ୍ ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧ ହାର ବୃଦ୍ଧି କରିଛି । ସାତ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫ୍‌ଡି ଉପରେ ୩.୫୦ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ଆକ୍ସିସ୍ ବ୍ୟାଙ୍କ । ଏଥି ସହିତ ଦୁଇ ବର୍ଷ ରୁ ଆରମ୍ଭ କରି ୩୦ ମାସରେ ବି ମ୍ୟାଚୁରିଟି ହେଉଥିବା ଏଫଡି ଉପରେ ବ୍ୟାଙ୍କ ସର୍ବାଧିକ ୭.୨୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି। ଏଥି ସହିତ, ବରିଷ୍ଠ ନାଗରିକମାନେ ଅଧିକ ଲାଭ ରହିଛି । ୭.୯୫ ପ୍ରତିଶତ ସୁଧ ହାରରେ ସେମାନେ ନିବେଶ କରି ପାଇବେ । ଆକ୍ସିସ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ନୂତନ ଏଫଡି ୨୧ ଏପ୍ରିଲ ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି।

ସାତ ଦିନରୁ ୪୫ ଦିନ ମଧ୍ୟରେ ଏଫଡି ମ୍ୟାଚୁରିଟି ପାଇଁ ବ୍ୟାଙ୍କ ୩.୫୦ ପ୍ରତିଶତ ସୁଧ ଦେଉଛି । ଏଥି ସହିତ ୪୬ ଦିନରୁ ୬୦ ଦିନ ମଧ୍ୟରେ ମ୍ୟାଚୁରିଟି ହେବାକୁ ଥିବା ଏଫ୍‌ଡି ଉପରେ ଚାରି ପ୍ରତିଶତ ସୁଧ ପ୍ରଦାନ କରୁଛି । ସେହିଭଳି ବ୍ୟାଙ୍କ ୬୧ ଦିନରୁ ତିନିମାସ ପର୍ଯ୍ୟନ୍ତ ଜମା ଉପରେ ୪.୫୦ ପ୍ରତିଶତ ହାରରେ ସୁଧ ଦେଉଛି । ଏଥି ସହିତ ବ୍ୟାଙ୍କ ତିନିମାସରୁ ଛଅ ମାସର ଏଫଡି ଉପରେ ୪.୭୫ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି। ଛଅରୁ ନଅ ମାସ ମଧ୍ୟରେ ମ୍ୟାଚୁରିଟି ସୁଧ ୫.୭୫ ପ୍ରତିଶତ ଥିବାବେଳେ ନଅ ମାସରୁ ଏକ ବର୍ଷ ମଧ୍ୟରେ, ଜମା ଉପରେ ଛଅ ପ୍ରତିଶତ ସୁଧ ମିଳିବ ।

ଆକ୍ସିସ୍ ବ୍ୟାଙ୍କ ୧୩ ମାସରୁ ଦୁଇ ବର୍ଷ ଏଫ୍‌ଡି ଉପରେ ୭.୧୫ ପ୍ରତିଶତ ସୁଧ ହାର ପ୍ରଦାନ ଜାରି ରଖିବ । ଦୁଇ ବର୍ଷରୁ ୩୦ ମାସ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୨୦ ପ୍ରତିଶତ ଏବଂ ୩୦ ମାସରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୦୦ ପ୍ରତିଶତ ହାରରେ ସୁଧ ମିଳିବ ।

ଆକ୍ସିସ୍ ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ରେ ବିନିଯୋଗ କରିବାକୁ ହେଲେ ଆପଣଙ୍କୁ ଅତି କମରେ ୫୦୦୦ ଟଙ୍କା ଜମା କରିବାକୁ ପଡିବ । ଆପଣ ଏହାକୁ ଅନଲାଇନ ରେ ମଧ୍ୟ କରିପାରିବେ । ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ସୁଧ ହାରଠାରୁ ବରିଷ୍ଠ ନାଗରିକମାନେ ଛଅ ରୁ ୧୦ ବର୍ଷର ମ୍ୟାଚୁରିଟି ଉପରେ ଅଧିକ ସୁଧ ପାଇବେ ।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ବ୍ୟାଙ୍କଗୁଡ଼ିକ ଫିକ୍ସଡ ଡିପୋଜିଟର ସୁଧ ହାର ବୃଦ୍ଧି କରିଛନ୍ତି। ଏହି କାରଣରୁ ବ୍ୟାଙ୍କ ସ୍ଥିର ଜମାଗୁଡିକର ହାରାହାରି ସୁଧ ହାର ୫.୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.