fbpx

(video)ଭୋ ଭୋ ହେଇ କାନ୍ଦୁଛି ପରିବାର, ଶେଷ ଥର ପାଇଁ ନିଜ ଗାଁ ପରିକ୍ରମା କରୁଛନ୍ତି ସହିଦ ଦେବାଶିଷ

ଭୁବନେଶ୍ୱର: ଯେଉଁମାଟିରେ ଖେଳି ଛୋଟରୁ ବଡ ହୋଇଥିଲେ ଆଜି ସେହି ଗାଁ ମାଟି ସହିଦଙ୍କ ପାଇଁ ଲୁହରେ ଭିଜୁଛି । କେବଳ ପରିବାର ଲୋକ କି ଧର୍ମପତ୍ନୀ ନୁହେଁ ସାରା ଗାଁର ଲୋକ ଭୋ ଭୋ ହୋଇ କାନ୍ଦୁଛନ୍ତି । ସ୍ତ୍ରୀ ସ୍ୱାମୀର ପାର୍ଥୀବ ଶରୀରକୁ ଧରି ମୁଣ୍ଡ ବାଡେଇ ବାଡେଉ କାନ୍ଦୁଛି ତ ମା ର ଚେତା ଫେରୁନି ।

ଗାଁ ସାଙ୍ଗସାଥୀ ମେଳରେ ବଢ଼ି ଥିବା ଏହି ଭେଣ୍ଡିଆ ପୁଅ ଆଜି ଏ ଭାରତ ମାତା ପାଇଁ ସହିଦ ହୋଇଯାଇଛି । ମାଆ ଆଉ ଯେତେ କାନ୍ଦି କାନ୍ଦି ଡାକିଲେ ମଧ୍ୟ ଆଉ ତାର ପୁଅ କାନ ପାଖରେ ଶବ୍ଦ ପହଞ୍ଚୁନି । ସବୁ ଦିନ ପାଇଁ ନୀରବ ହୋଇ ଯାଇଛି ତାର ପୁଅ । ଯେଉଁ ବାହା ବେଦୀରେ ବସି ସାତ ଜନ୍ମର ଜୀବନ ସାଥୀ ହେବ ବୋଲି କହି ଘରକୁ ବାହା କରି ଆଣି ଥିଲେ ଆଜି ସେ ସ୍ତ୍ରୀକୁ ସବୁ ଦିନ ପାଇଁ ଏକୁଟିଆ କରି ଚାଲି ଯାଇଛନ୍ତି ସେ ଅଫେରା ରାଇଜକୁ ।

 

ଆଉ ସେହି ବୀର ଜବାନର ଟିକିଏ ଝଲକ ଦେଖିବା ପାଇଁ ପୁରା ଶୀକ୍ଷେତ୍ର ଆଜି ଯେପରି ଏହି ଦେବାଶିଷଙ୍କ ଗାଁ ମୁହାଁ ହୋଇଛନ୍ତି । ଦେବାଶିଷ ଅମର ରହେ, ବୀର ଜବାନ ଅମର ରହେ ଧ୍ୱନୀରେ ଏବେ ସାରା ଗାଁ ପଡୁଛି ଉଠୁଛି । ଆଜି ସତ୍ୟବାଦୀର ଅଳୁଗୁମ ଗାଁ ଦେବାଷିଷ ପାଇଁ କାନ୍ଦୁଛି । ଆଉ ତାଙ୍କର ଏହି ବଳିଦାନକୁ ଆଜୀବନ ସ୍ମରଣ କରିବାକୁ ପ୍ରତିଜ୍ଞା ନେଉଛି ।

ସୂଚନାମୁତାବକ ନିଜ ଗାଁ ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଏଠାରେ ତାଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପୁଷ୍ପମାଲ୍ୟ ପ୍ରଦାନ ସହ ଭାରତର ବୀର ସୁପୁତ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ପାଇଁ ଲୋକଙ୍କ ସୁଅ ଛୁଟୁଛି ।

ଏହାପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ରାଜ୍ୟପାଳଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହିତ ଅନେକ ରାଜନେତା ବୀର ଯବାନଙ୍କୁ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଆଜି ନିଜ ଗାଁଙ୍କୁ ଅଣାଯାଇଛି ।ନିଜ ଗାଁ ଶ୍ମଶାନରେ ଓଡିଶାର ସହୀଦ ଦେବାଶିଷ ବିଶ୍ୱାଳଙ୍କୁ ଦିଆଯିବ ଅନ୍ତିମ ବିଦାୟ ।

ସୁଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ତେବେ ଏହି ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିଲେ ଭାରତ ମାଟିର ସୁଯୋଗ୍ୟ ସନ୍ତାନ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ ।

Get real time updates directly on you device, subscribe now.