fbpx
BJD
BJD SKY
BJD SKY

ପିଏମ କିଷାନର ୧୪ତମ କିସ୍ତିର ତାରିଖ ଘୋଷଣା: ଆକାଉଣ୍ଟକୁ ଏହି ଦିନ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ଦେଶର ୧୨ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତିର ଅପେକ୍ଷା କରିଛନ୍ତି । ଏହାପୂର୍ବରୁ ୧୩ ତମ କିସ୍ତି ସରକାର ୨୭ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ସେତେବେଳେ ୮.୪୨ କୋଟି ଚାଷୀଙ୍କୁ ୧୩ ତମ କିସ୍ତି ଟଙ୍କା ଦିଆଯାଇଥିଲା । କିସ୍ତି ଆସିବାର ପ୍ରାୟ ଦୁଇମାସ ପରେ, ୧୪ ତମ କିସ୍ତି ବିଷୟରେ ଏକ ବଡ ଅପଡେଟ ସାମ୍ନାକୁ ଆସୁଛି । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୧୪ ତମ କିସ୍ତି ଭାବରେ ୨ ହଜାର ଟଙ୍କା ଏବଂ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ ।

କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲରୁ ଜୁଲାଇ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଜାରି ହେବ । ଗତ ବର୍ଷ ଏହି ଅବଧିରେ ପ୍ରାପ୍ତ ଏକାଦଶ କିସ୍ତି ୩୧ ମେ ୨୦୨୨ରେ ଟ୍ରାନ୍ସଫର ହୋଇଥିଲା । କିନ୍ତୁ ଏଥର ଶୀଘ୍ର ଆକାଉଣ୍ଟରେ ୧୪ ତମ କିସ୍ତି ପାଇବାର ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ ଏଥର ପ୍ରାୟ ୧୫ ମଇରେ ସରକାର କୃଷକଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ପଠାଇବେ ବୋଲି ଆଶା କରାଯାଉଛି ।

ତେବେ ଏଥର କିସ୍ତି ଟଙ୍କା ଶୀଘ୍ର ଆସିବ ବୋଲି ଆଶା କରାଯାଉଛି କାରଣ ଅଯଥା ବର୍ଷା ହେତୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଯଦି ଟଙ୍କା ଠିକ୍ ସମୟରେ ଆସେ ତେବେ କୃଷକମାନେ ଆର୍ôଥକ ସହାୟତା ପାଇପାରିବେ । ତେବେ ଏ ସମ୍ପର୍କରେ ସରକାର କୌଣସି ସରକାରୀ ସୂଚନା ଦେଇନାହାଁନ୍ତି ।

Get real time updates directly on you device, subscribe now.