fbpx

DeepFake Video ପାଇଁ ଏମିତି ହୋଇପାରେ ଦଣ୍ଡବିଧାନ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟମ ମନେ ପକାଇଲେ କେନ୍ଦ୍ର

ନୂଆଦିଲ୍ଲୀ: ସାଉଥ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଡିପ୍-ଫେକ୍ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଉପରେ ବର୍ଷିଛି କେନ୍ଦ୍ର । ଏହି ଭିଡିଓକୁ ନେଇ ନେଇ ସମସ୍ତ ପ୍ଲାଟଫର୍ମକୁ ଏଭଳି ମାମଲା ବିରୋଦରେ ଥିବା ନିୟମ କାନୁନକୁ ପୁଣିଥରେ ମନେ ପକାଇ ଦିଆଯାଇଛି । ଏଭଳି ବିଭିନ୍ନ ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ଦୁର୍ବ୍ୟବହାର କରାଯିବା ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ପାଇଁ ପରାମର୍ଶ ଜାରି ହୋଇଛି । ଏଥିରେ ଏଭଳି ଡିପ୍-ଫେକ୍ ଭିଡିଓକୁ କଭର କରିବା ପାଇଁ ହୋଇଥିବା ଦଣ୍ଡବିଧାନ ଉପରେ ବୁଝାଇ ଦିଆଯାଇଛି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ର ଧାରା ୬୬D ରେ ଏହି ନିୟମ ବିଷୟରେ ମନେ ପକାଇ ଦେଇଛନ୍ତି ସରକାର । ଏହି ନିୟମ ଅନୁଯାୟୀ, “ଯେ କୌଣସି ଯୋଗାଯୋଗ ଉପକରଣ କିମ୍ବା କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ଜାଲିଆତି କରୁଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି । ଏଭଳି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ତିନି ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ।” ତେବେ ରଶ୍ମିକାଙ୍କ ଫେକ୍ ଭିଡିଓର ରହସ୍ୟ ଖୋଲିବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଯାହାକୁ ନେଇ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସମେତ ସିନେ ଜଗତର ଅନ୍ୟ ଷ୍ଟାର ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏଭଳି ଭିଡିଓ କରି ସେଲିବ୍ରିଟିଙ୍କୁ ସମସ୍ୟାରେ ପକାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ତେଣୁ ଏଭଳି ଘଟଣାଗୁଡ଼ିକୁ ଅପରାଧର ଶ୍ରେଣୀଭୁକ୍ତ ହୋଇଥିବା ବେଳେ ଏଥିପାଇଁ ଥିବା ଦଣ୍ଡବିଧାନ ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ମନେ ପକାଇ ଦେଇଛନ୍ତି କେନ୍ଦ୍ର ।

ତେବେ ଏ ନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଇଣ୍ଡିନ୍ସଙ୍କ ସୁରକ୍ଷା ଏବଂ ବିଶ୍ୱାସକୁ ସୁନିଶ୍ଚିତ କରିବା ପାଇଁ ନରେନ୍ଦ୍ର ମୋଦୀ ସରକାର ପ୍ରତିବଦ୍ଧ। “ଏପ୍ରିଲ୍, ୨୦୨୩ ରେ ପ୍ରକାଶ ପାଇଥିବା ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ୟୁଜରମାନଙ୍କ ଦ୍ୱାରା କୌଣସି ଭୁଲ ତଥ୍ୟ ବା ଖରାପ ପୋଷ୍ଟ ଉପରେ ନଜର ରଖିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ବା ସରକାର ଭୁଲ ତଥ୍ୟ ବା ପୋଷ୍ଟକୁ ନେଇ ରିପୋର୍ଟ କରନ୍ତି, ଏହାକୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଡିଲିଟ କରାଯିବା ଉଚିତ୍ । ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏଥିରେ ବିଫଳ ହୁଅନ୍ତି, ନିୟମ ୭ ଲାଗୁ ହେବା ସହ ପ୍ଲାଟଫର୍ମ ଆଇପିସି ନିୟମ ଅନୁସାରେ ସମ୍ପୃକ୍ତ ୟୁଜରଙ୍କ ବିପକ୍ଷରେ ମଧ୍ୟ ଦଣ୍ଡବିଧାନ ହୋଇପାରେ । ତେବେ ଭୁଲ୍ ତଥ୍ୟ ବା ଫେକ୍ ଫଟୋ/ଭିଡିଓ ଭାଇରାଲ କରିବାରେ ଏହି ଡିପ୍-ଫେକ୍ ଏଆଇର ଲାଟେଷ୍ଟ ଏବଂ ଭୟଙ୍କର ରୂପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । କେନ୍ଦ୍ରମନ୍ତ୍ରୀ ଏକ୍ସରେ ହାସଟ୍ୟାଗ୍ ସହିତ “#accountable” and “#DigitalIndia.” ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.