fbpx
BJD SKY
BJD SKY

ଜଣେ SP, ୨ ଜଣ DSPଙ୍କ ସମେତ ୭ ଜଣ ପୋଲିସ ସସପେଣ୍ଡ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପରେ ବଡ଼ ଆକ୍ସନ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ଡିଜିପି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ୭ ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି ଦିଆଯାଇଛି । ଗତ ବର୍ଷ ଜାନୁଆରୀ ମାସ ୫ ତାରିଖରେ ପଞ୍ଜାବର ଭଥିଣ୍ଡା ଏୟାରପୋର୍ଟରୁ ଫିରୋଜପୁର ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା । ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଫ୍ଲାଏଓଭର ଓଭର ଉପରେ ୩୦ ମିନିଟ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା ।

ତେବେ ଉକ୍ତ ରାସ୍ତାରେ ପ୍ରବଳ ଜନଗହଳି ଲାଗି ରହିଥିବାରୁ ମୋଦୀଙ୍କ କାରକେଡକୁ ଫେରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ପିଏମ୍ ମୋଦୀ ଭଥିଣ୍ଡାର ଭିସିୟାନା ଏୟାରପୋର୍ଟ ପଞ୍ଚିବା ସହ ନୂଆଦିଲ୍ଲୀ ଫେରିଯାଇଥିଲେ । ଭିସିୟାନା ଏୟାରପୋର୍ଟରେ ଉପସ୍ଥିତ ଅଧିକାରୀଙ୍କୁ ମୋଦୀ କହିଥିଲେ, ‘ନିଜର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ଜୀବିତ ଫେରି ଆସିଛି ।’ ତେବେ ଏହି ଘଟଣାକୁ ନେଇ ପଞ୍ଜାବ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ତେବେ ପାଖାପାଖି ୨ ବର୍ଷ ପରେ ଉକ୍ତ ମାମଲାରେ ପଞ୍ଜାବ ଡିଜିପି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଜଣେ ଏସପି ଓ ଦୁଇଜଣ ଡିଏସପିଙ୍କ ସମେତ ୭ ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି ଦିଆଯାଇଛି । ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗୃହ ସଚିବ, ଡିଜିପି, ଏଡିଜିପି, ଏସଏସପି ପାହ୍ୟାର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ରିପୋର୍ଟ ଦାଖଲ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଞ୍ଜାବ ସିଭିଲ ସର୍ଭିସେସ ରୁଲ (ଦଣ୍ଡ ଓ ଆବେଦନ) ୧୯୭୦ର ଧାରା ୮ରେ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରାଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.