fbpx

କୃଷି ଆନ୍ଦୋଳନ: ୧୦୪ ମୃତକଙ୍କ ପରିଜନକୁ ଚାକିରୀ ଦେବେ ପଞ୍ଜାବ ସରକାର

ଚଣ୍ଡିଗଡ଼: କୃଷି ଆଇନ୍ ବିରୋଧରେ ହୋଇଥିବା ଆନ୍ଦୋଳନରେ ପ୍ରାଣ ହରାଇଥିବା ୧୦୪ ଜଣ କୃଷକଙ୍କ ପରିଜନକୁ ଚାକିରୀ ଦେବା ନେଇ ପଞ୍ଜାବ ସରକାର ରାସ୍ତା ସଫା କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୃତକଙ୍କ ପରିବାରକୁ ଚାକିରୀ ଦେବା ନେଇ ସ୍ପଷ୍ଟ କରାଯାଇଛି । ଏହି ଆନ୍ଦୋଳନ ରେ ୧୦୪ ଜଣ କୃଷକ ପ୍ରାଣ ହରାଇଥିଲେ । ସେମାନେ ଉତ୍ତରାଧିକାରୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ସେମାନଙ୍କୁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ସ୍ପଷ୍ଟ କରିଥିଲେ ।

ପଞ୍ଜାବ ଅନୁସୂଚିତ ଜାତି ଭୂମି ବିକାଶ ଏବଂ ଅର୍ଥ ନିଗମ (ପିଏସସିଏଫସି) ଏବଂ ପଞ୍ଜାବ ପଛୁଆ ବର୍ଗ ଜମି ବିକାଶ ଓ ଅର୍ଥ ନିଗମ ଋଣ ନେଇଥିବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ପର୍ୟ୍ୟନ୍ତ ଋଣ ଛାଡକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ୧୪,୮୫୩ ଏସସି, ଭିନ୍ନକ୍ଷମ ବିସି, ଇଡବ୍ଲୁଏସ୍ ଏବଂ ସଂଖ୍ୟାଲଘୁ ବର୍ଗ ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । କ୍ୟାବିନେଟରେ ‘ମେରା କାମ, ମେରା ମାନ୍’ ଯୋଜନାକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହା ବେରୋଜଗାର ଯୁବକମାନଙ୍କୁ ସେମାନଙ୍କର ଦକ୍ଷତାକୁ ସମ୍ମାନ ଦେବା ଏବଂ ମନୋନୀତ କ୍ଷେତ୍ରରେ ମାଗଣା ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ମାଧ୍ୟମରେ ସେମାନଙ୍କର ରୋଜଗାରକ୍ଷମତାକୁ ବୃଦ୍ଧି କରିବ ।

Get real time updates directly on you device, subscribe now.