fbpx

ବୈବାହିକ ବଳାତ୍କାର ମାମଲାରେ ଛତିଶଗଡ଼ ହାଇକୋର୍ଟର ନିଷ୍ପତି ଶୁଣି ରାଗିଗଲେ ତାପସୀ, କହିଲେ ଏପରି

ମୁମ୍ବାଇ: ଛତିଶଗଡ଼ ହାଇକୋର୍ଟ ସ୍ୱାମୀ-ସ୍ତ୍ରୀ ଦୁଷ୍କର୍ମ ମାମଲାରେ ଏକ ବଡ଼ ନିଷ୍ପତି ଶୁଣାଇଥିଲା । ଏହି ମାମଲାରେ ହାଇକୋର୍ଟ ନିଷ୍ପତି ଶୁଣାଇଥିଲା ଯେ, ବିବାହିତ ମହିଳାଙ୍କ ସହିତ ଯଦି ତାଙ୍କ ସ୍ୱାମୀ ବଳପୁର୍ବକ ବା ଅନିଚ୍ଛା ସତ୍ତେ୍ୱ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ତାହା ଅପରାଧ ନୁହେଁ ବା ବଳାତ୍କାର ନୁହେଁ । କିନ୍ତୁ ସ୍ତ୍ରାୀ ର ବୟସ ୧୮ ବର୍ଷରୁ କମ୍ ହୋଇନଥିବା ଦରକାର । ହାଇକୋର୍ଟର ଏହି ନିଷ୍ପତି କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା । ଅନେକ ୟୁଜର୍ ଏହାକୁ ଜୋରଦାର୍ ବିରୋଧ କରିଥିଲେ । ତେବେ ଏହା ମଧ୍ୟରେ ତାପସୀ ପନ୍ନୁ ମଧ୍ୟ ଏହି ନିଷ୍ପତିକୁ ନେଇ ଅସନ୍ତୁଷ୍ଟ ଜାହିର୍ କରିଛନ୍ତି ।

ବିଭିନ୍ନ ପ୍ରକାରର ସାମଜିକ ବିଷୟ ଉପରେ ନିଜ ମତ ରଖୁଥିବା ତାପସୀ ଏହି ମାମଲାରେ ବି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏନେଇ ଟୁଇଟ୍ କରି କହିଛନ୍ତି । ତାଙ୍କ ଟୁଇଟ୍ ଏବେ ଖୁବ୍ ଭାଇରାଲ୍ ହେଉଛି । ସେ କହିଛନ୍ତି ଯେ, “ଏବେ ଏହା ହିଁ ବାକି ଥିଲା” ।

ତେବେ ଖାଲି ତାପସୀ ନୁହଁ ବରଂ ବଲିଉଡ୍ ଗାୟିକା ସୋନା ମହାପାତ୍ର ମଧ୍ୟ ଏହା ଉପରେ ନିଜର ଅସନ୍ତୁଷ୍ଟି ଜାହିର୍ କରିଛନ୍ତି ।

Get real time updates directly on you device, subscribe now.