fbpx

ଜେସାକୁ ତେସା! ବିସ୍ଫୋରଣର ଶିକାର ହେଲା ଖୋଦ୍ ତାଲିବାନ୍, ୨୮ ଯୁବକ ମଲେ

କାବୁଲ: କଥାରେ ଅଛି ଜେସାକୁ ତେସା । ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଛି ତାଲିବାନ୍ । ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ଗୁରୁବାର ଦିନ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ମଧ୍ୟରେ ତାଲିବାନର ୨୮ ଯୁବକ ସାମିଲ ଥିବା ଏକ ରିପୋର୍ଟରେ ଦାବି ହୋଇଛି । କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ପାଖାପାଖି ୧୦୦ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ତାଲିବାନର ଆତଙ୍କୀ ମଧ୍ୟ ସାମିଲ ରହିଛନ୍ତି ।

ସୂଚନା ମୁତାବକ, ତାଲିବାନଜପକ୍ଷରୁ ଦାବି କରାଯାଇଛି ଯେ, ତାଙ୍କର ପାଖାପାଖି ୨୮ ଯୁବକ ଏହି ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁ ସମୟରେ ବିସ୍ଫୋରଣ ହୋଇଥିଲା, ସେତେବେଳେ ଏମାନେ କାବୁଲ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ୱରେ ଥିଲେ । ତାଲିବାନ କହିଛି ଯେ, ଆମେ ଆମେରିକା ଅପେକ୍ଷା ବିସ୍ଫୋରଣରେ ଅଧିକ ଲୋକଙ୍କୁ ହରାଇଛୁ । ତେବେ କାବୁଲ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣରେ ପାଖାପାଖି ୧୩ ଜଣ ସୈନିକଙ୍କୁ ହରାଇଛି ଆମେରିକା । ବାକି ଆଫଗାନିସ୍ତାନର ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଲୋକମାନେ ଦେଶ ଛାଡିବାକୁ ଏୟାରପୋର୍ଟରେ ଉଡାଣ ଭରିବା ଅପେକ୍ଷାରେ ଥିଲେ । କିନ୍ତୁ ବିସ୍ଫୋରଣ ଯୋଗୁଁ ସେମାନ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା ।

Get real time updates directly on you device, subscribe now.